ନକଲି ଆକ୍ୱାଗାର୍ଡ ଗୋଦାମର ଠାବ : ଆକ୍ୱାଗାର୍ଡ କମ୍ପାନୀ ବ୍ରାଣ୍ଡ ର ନକଲି ଯନ୍ତ୍ରାଂଶ ପ୍ରସ୍ତୁତ

0
118
ନକଲି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କଟକ, (୨୩/୦୧) : କଟକ ବାଦାମବାଡ଼ିରେ ନକଲି ଆକ୍ୱାଗାର୍ଡ ଗୋଦାମର ଠାବ । ଆକ୍ବାଗାର୍ଡ କମ୍ପାନୀ ବ୍ରାଣ୍ଡ ର ନକଲିଯନ୍ତ୍ରାଶଂ ହେଉଥିଲା ପ୍ରସ୍ତୁତ ।

ଲକ୍ଷାଧିକ ଟଙ୍କାର ନକଲିଯନ୍ତ୍ରାଶଂ ଜବତ ହୋଇଛି । ବାଦାମବାଡ଼ି ପୋଲିସ ଚଢାଉ ଯାରି ରଖିଛି । କଟକର ବାଦାମ ବାଡି ଜଗନ୍ନାଥ ଲେନରେ ଥିବା ଏକ ଘରେ ଜାରି ରହିଛି ରେଡ । ଘଟଣାସ୍ଥଳରୁ ମାଲିକ ଫେରାର ଥିବା ବେଳେ ତିନି କର୍ମଚାରୀ ଅଟକ ଅଛନ୍ତି । ଏହି ସ୍ଥାନରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ହେଉଥିଲା ନକଲିଯନ୍ତ୍ରାଶଂ ଚାଲାଣ । ନକଲି ଜିନିଷ ର ହବ ପାଲଟିଛି କଟକ ଜିଲ୍ଲା । କେତେବେଳେ ନକଲିସର୍ଫ ତ ଆଉ କେତେବେଳେ ନକଲିସସ୍‌ । ଏଭଳି ଭିନ୍ନ ଭିନ୍ନ ନକଲିଜିନିଷ କଟକରେ ଅଧିକ ମାତ୍ରାରେ ବିକ୍ରି ହେଉଛି । ଯାହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ।