ବିଜେପୁର ସିଆରପିଏଫ ଯବାନ ପକ୍ଷରୁ ଜନସମ୍ପର୍କ ମେଳା ଅନୁଷ୍ଠିତ

0
246
ବିଜେପୁର

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୨୪/୧) : ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲା ସୀମାନ୍ତ ଲାଞ୍ଜିଗଡ଼ ବ୍ଲକ ବିଜେପୁର ପଞ୍ଚାୟତରେ ଥିବା ଏଫ୪ର୍ଥ ସିଆରପିଏଫ କ୍ୟାମ୍ପ ପରିସରରେ ଯବାନ ପକ୍ଷରୁ ୨୦୨୩-୨୪ ଜନସମ୍ପର୍କ ମେଳା ଅନୁଷ୍ଠିତ ହୋଇଯାଇଛି ।WhatsApp Image 2023 01 24 at 18.05.58 2 ବିଜେପୁର ସିଆରପିଏଫ ଯବାନ ପକ୍ଷରୁ ଜନସମ୍ପର୍କ ମେଳା ଅନୁଷ୍ଠିତ

ବିଜେପୁର ସିଆରପିଏଫ ଯବାନ ପକ୍ଷରୁ ଜନସମ୍ପର୍କ ମେଳା କାର୍ଯ୍ୟକ୍ରମରେ ରାୟଗଡ଼ା କମାଣ୍ଡେଣ୍ଟ ମୋନାଜ କୁମାର ଯାଦବଙ୍କ ନିର୍ଦ୍ଦେଶ କ୍ରମେ ସିଆରପିଏଫ କ୍ୟାମ୍ପର ସେକେଣ୍ଡ ଇନ କମାଡେଣ୍ଟ ସଞ୍ଜୟ କୁମାର ରାଉତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେସ୍ଥାନୀୟ ୪ର୍ଥ ସିଆରପିଏଫ ବାଟାଲିୟନ ଚନ୍ଦ୍ର ଶେଖର ପଟେଲ, ଏଫ୪ର୍ଥ ଆସିଷ୍ଟାଣ୍ଡ କମାଣ୍ଡରଉମାକାନ୍ତ ବି ଗିରାଡ଼କାର, ବିଜେପୁର ଲିଙ୍ଗରାଜ ସେଠୀ, ଜିଲାପରିସଦ ପରୀକ୍ଷିତ ନାଏକ, ସରପଞ୍ଚ ଜନନୀ ମାଝୀ, ନାଏବ ସରପଞ୍ଚ ଇନ୍ଦ୍ର ମାଝୀ ପ୍ରମୁଖ ସମ୍ମାନୀୟ ଅତିଥି ଭାବରେ ମଞ୍ଚାସୀନ ରହି ଥିଲେ ।WhatsApp Image 2023 01 24 at 18.05.58 1 ବିଜେପୁର ସିଆରପିଏଫ ଯବାନ ପକ୍ଷରୁ ଜନସମ୍ପର୍କ ମେଳା ଅନୁଷ୍ଠିତ

ଏଥିରେ ୫ଟି ପଞ୍ଚାୟତ ବିଜେପୁର, ଲାଖବାହଲି, ମାଳିଯୁବାଙ୍ଗ, ବେନଗାଁ ଓ ପାହାଡ଼ ପଦର ପଞ୍ଚାୟତର ୨୦ଖଣ୍ଡ ଗାଁର ପ୍ରାୟ ଦୁଇ ଶହ ଲୋକ ଉପସ୍ଥିତ ଥିଲେ । ଏହି ମାନଙ୍କୁ ମୁଖ୍ୟ ଅତିଥି ଦ୍ୱାରା ସୋଲାର ଲାଇଟ ପ୍ରଦାନ କରାଯାଇଛି । ଏଥିରେ କ୍ୟାମ୍ପର ଅମିତ ସାହୁ, ଅଜୟ କୁମାର ସିଂ, ସୁନୀଲ କୁମାର ଲୁଗୁନକାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ଅନ୍ୟ ଯବାନ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ । ଉକ୍ତ ବ୍ଲକ ମାଓ ପ୍ରବଣ ଅଞ୍ଚଳ ହୋଇଥିବାରୁ ସି ଆରପି ଏଫ ଯବାନ ଓ ଲୋକଙ୍କ ମଧ୍ୟରେ ସୁ ସମ୍ପର୍କ ସ୍ଥାପନ କରିବା ପାଇଁ ଏହି ପରି ପଦକ୍ଷେପ ନେଇଛନ୍ତି । ଏହି କାର୍ଯ୍ୟକ୍ରମ ଚାଲିଥିବା ବେଳେ ଚାରିଆଡ଼େ ଯବାନ ଙ୍କ ଛାଉଣୀ ହୋଇଥିଲେ ।