ସଦ୍ଭାବନା ଦିବସ ପାଳନ ଅବସରରେ ଶପଥ ପାଠ କରାଇଲେ ଜିଲ୍ଲାପାଳ ଡଃ ମିଶ୍ର

0
186

ରିପୋର୍ଟ : ଜିଲ୍ଲାପ୍ରତିନିଧି ଏ.ସତୀଶ //
ନବରଙ୍ଗପୁର,(୧୯/୦୮) : ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ମଧ୍ୟରେ ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ର ଙ୍କ ଅଧ୍ୟକ୍ଷତାରେ ସଦ୍ଭାବନା ଦିବସ ପାଳନ ଅବସରରେ ଶପଥ ପାଠ ଉଚ୍ଛବ ପାଳନ ହୋଇଯାଇଛି ।

ସଦ୍ଭାବନା ଦିବସ ପାଳନ ଅବସରରେ ଜିଲ୍ଲାପାଳ ଡଃ ମିଶ୍ର, ଜାତି ସମ୍ପ୍ରଦାୟ କ୍ଷେତ୍ର, ଧର୍ମ ଅଥବା ଭାଷା ଭିତ୍ତିକ ଭେଦଭାବ, ହିଂସାର ସାହଯ୍ୟ ବିନା ସବୁ ପ୍ରକାର ମତଭେଦ କଥାବାର୍ତ୍ତା ଏବଂ ସାମ୍ବିଧାନିକ ବ୍ୟବସ୍ଥା ମାଧ୍ୟମରେ ସମାଧାନ କରିବା ପାଇଁ ଭାରତ ବାସୀଙ୍କ ଭାବନାତ୍ମକ ଏକତା ଏବଂ ସଦଭାବନା ନିମନ୍ତେ କାର୍ଯ୍ୟ କରିବା ପାଇଁ ଉପସ୍ଥିତ ସମସ୍ତ ଅଧିକାରୀ ଏବଂ କର୍ମଚାରୀ ଙ୍କୁ ଶପଥ ପାଠ କରାଇଥିଲେ । ଏହି ଶପଥ ପାଠ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ, ନବରଙ୍ଗପୁର ଭାସ୍କର ରଇତ, ସମସ୍ତ ଡେପୁଟି ଜିଲ୍ଲାପାଳ, ସହାୟକ ଜିଲ୍ଲାପାଳ, ଜିଲ୍ଲା କ୍ରୀଡା ଅଧିକାରୀ, ମହେନ୍ଦ୍ର କୁମାର ସାହୁ, ଜିଲ୍ଲା ସୂଚନା ଏବଂ ଲୋକସମ୍ପର୍କ ଅଧିକାରୀ ହଳଧର ନିହାଲଙ୍କ ସହିତ ଜିଲ୍ଲା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।