-5.7 C
Innichen
Monday, March 27, 2023

ଜବତ ହେଲା ବିପୁଳ ଚୋରା କାଠଗଡ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କେନ୍ଦୁଝର, (୨୮/୦୧) : ବନ ବିଭାଗ ପକ୍ଷରୁ ଚଢାଉ, ଜବତ ହେଲା ବିପୁଳ ଚୋରା କାଠ ଗଡ । କେନ୍ଦୁଝର ଜିଲ୍ଲା ପାଟଣା ବନ ବିଭାଗ ପକ୍ଷରୁ ବଡଧନୁର୍ଜୟ ଗ୍ରାମରେ ଚଢାଉ କରାଯାଇଥିଲା । ଏହି ସମୟରେ ବିପୁଳ ପରିମାଣର ଚୋରା ଶାଳ କାଠଗଡ ଜବତ କରାଯାଇଛି ।

ଶାଳ ଗଛ କଟାଯାଇ ଚୋରା ଚାଲାଣ କରାଯାଉଥିବା ସମ୍ପର୍କରେ ବନ ବିଭାଗ କୈାଣସି ସୂତ୍ରରୁ ଖବର ପାଇ ବନ ବିଭାଗ ଏକ ଟିମ୍ ବଡଧନୁର୍ଜୟ ଗ୍ରାମରେ ଅତର୍କିତ ଚଢ଼ାଉ କରିଥିଲେ । ବନ ବିଭାଗ କୁ ଦେଖି କାଠ ମାଫିଆ ଘଟଣା ସ୍ଥଳ ଛାଡି ଫେରାର ହୋଇଯାଇଥିବା ବେଳେ ବନ ବିଭାଗ କଟା ଯାଇଥିବା ଶାଳ କାଠ ଗଡ଼ ଗୁଡିକ ଜବତ କରି ପାଟଣା ରେଞ୍ଜ କାର୍ଯ୍ୟାଳୟକୁ ଅଣାଯାଇଛି ।

Related Articles

Stay Connected

0FansLike
3,749FollowersFollow
20,700SubscribersSubscribe
- Advertisement -spot_img

Latest Articles