ଫେବ୍ରୁଆରୀ ପ୍ରଥମ ସପ୍ତାହରେ ବଜାରରେ ଉପଲବ୍ଧ ହେବ ନାଜାଲ କୋଭିଡ୍ ଭ୍ୟାକ୍ସିନ୍

0
121
ଫେବ୍ରୁଆରୀ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୨୮/୦୧) : କରୋନା ମହାମାରୀ ସହ ମୁକାବିଲା କରିବା ପାଇଁ ଆସିଲା ନୂଆ ଅସ୍ତ୍ର । ଭାରତ ସରକାରଙ୍କ ପକ୍ଷରୁ କରୋନାକୁ ମୁକାବିଲା କରିବାକୁ ଲଞ୍ଚ୍‌ ହୋଇଛି ପ୍ରଥମ ନାଜାଲ କୋଭିଡ୍‌ ଭ୍ୟାକ୍ସିନ୍‌ । ଫେବ୍ରୁଆରୀ ପ୍ରଥମ ସପ୍ତାହରେ ବଜାରରେ ଉପଲବ୍ଧ ହେବ ନାଜାଲ କୋଭିଡ୍ ଭ୍ୟାକ୍ସିନ୍

ଶୁକ୍ରବାର ଦେଶର ପ୍ରଥମ ଏହି ନାଜାଲ ଭ୍ୟାକ୍ସିନ୍‌ର ଶୁଭାରମ୍ଭ ଘୋଷଣା କରାଯାଇଛି । ଭାରତ ବାୟୋଟେକ ଦ୍ୱାରା ବିକଶିତ ନାଜାଲ ଭ୍ୟାକ୍ସିନ୍‌ ଇନକୋଭାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମୁନସୁଖ ମାଣ୍ଡଭିୟ ଏବଂ ମନ୍ତ୍ରୀ ଜିତେନ୍ଦ୍ର ସିଂହ ଲଞ୍ଚ କରିଛନ୍ତି । ତେବେ ଏହି ଭ୍ୟାକ୍ସିନ୍‌ ହେଉଛି ବିଶ୍ୱର ପ୍ରଥମ ଇଣ୍ଟ୍ରା-ନାଜାଲ ଟିକା ଯାହା କରୋନା କୁ ପ୍ରତିରୋଧ କରିବା ପାଇଁ ସମ୍ପୂର୍ଣ୍ଣ ଉପଯୋଗୀ । ଏହା ଆସନ୍ତା ଫେବ୍ରୁଆରୀ ପ୍ରଥମ ସପ୍ତାହ ରେ ବଜାରରେ ଉପଲବ୍ଧ ହେବ । ଏହାକୁ ଏକ ବୁଷ୍ଟର ଡୋଜ୍‌ ଭାବରେ ମଧ୍ୟ ବ୍ୟବହାର କରାଯାଇପାରିବ ।

ଏହାକୁ କେନ୍ଦ୍ରୀୟ ଡ୍ରଗ୍ସ ନିୟନ୍ତ୍ରଣ ସଂସ୍ଥା ଦ୍ୱାରା ଅନୁମୋଦନ ଦିଆଯାଇସାରିଛି । ଏହି ଭ୍ୟାକ୍ସିନ୍‌ ହାଇଦ୍ରାବାଦସ୍ଥିତ ଭାରତ ବାୟୋଟିକ୍‌ କମ୍ପାନୀ ଦ୍ୱାରା ପ୍ରସ୍ତୁତ ହୋଇଛି । ସ୍ୱଦେଶୀ ଜ୍ଞାନ କୌଶଳରେ ପ୍ରସ୍ତୁତ ଏହି ଟିକା ସରକାରୀ ଡାକ୍ତଖାନା ରେ ୩୨୫ଟଙ୍କା ଏବଂ ଘରୋଇ ସ୍ତରରେ ୮୦୦ ଟଙ୍କାରେ ଉପଲବ୍ଧ ହେବ । ଏହି ଟିକା ସହଜରେ ନାକ ବାଟେ ଦିଆଯାଇପାରିବ । ଯାହା ଭାରତ ସରକାରଙ୍କ ଦ୍ୱାରା ବିଧିବଦ୍ଧ ଭାବେ ପରୀକ୍ଷା ପରେ ଅନୁମତି ମିଳିଛି । ତେବେ ଏହି ନାଜାଲ ଟିକା ବିଷୟରେ ଗତ ଡିସେମ୍ବରରେ ଭାରତ ବାୟୋଟିକ୍‌ ପକ୍ଷରୁ କରାଯାଇଥିଲା ।