ହାତୀର ଗଳିତ ମୃତଦେହ ମିଳିବା ଘଟଣା, ସଂପୃକ୍ତ ୭ ଶିକାରୀ ଗିରଫ

0
99
ଘଟଣା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ମୟୂରଭଞ୍ଜ, (୨୯/୦୧) : ମୟୂରଭଞ୍ଜ ଯଶିପୁର ଶିମିଳିପାଳରୁ ହାତୀର ଗଳିତ ମୃତଦେହ ମିଳିବା ଘଟଣା ।

ଘଟଣାରେ ସଂପୃକ୍ତ ୭ ଶିକାରୀ ଗିରଫ ହୋଇଛନ୍ତି । ହାତୀଦାନ୍ତ ଜବତ କଲା ପୋଲିସ । ବିଳମ୍ବିତ ରାତିରେ ବିଶୋଇ ଅଞ୍ଚଳରୁ ୪ ଜଣଙ୍କୁ ଗିରଫ କରିଥିଲା ପୋଲିସ । ପଚରାଉଚରା ପରେ ଆଉ ୩ ଜଣଙ୍କୁ ସକାଳେ ଚଢ଼ାଉ କରି ଗିରଫ କଲା । ଗିରଫ ପରେ ଅଭିଯୁକ୍ତଙ୍କୁ ଉତ୍ତର ଶିମିଳିପାଳ ବନ୍ୟପ୍ରାଣୀ ବନଖଣ୍ଡକୁ ହସ୍ତାନ୍ତର କରାଯାଇଛି । ଗତ ୨୧ ରେ ଅଭୟାରଣ୍ୟ ଅଞ୍ଚଳରୁ ହାତୀର ଗଳିତ ମୃତଦେହ ମିଳିଥିଲା । ହାତୀ ମୃତ୍ୟୁ ଘଟଣା ଦିନକୁ ଦିନ ବଢ଼ି ଚାଲିଛି । ଯାହାକୁ ଦୃଷ୍ଟିରେ ରଖି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ହୋଇପଡୁଛି ।