ଜିଆଇଇଟିବିଶ୍ୱ ବିଦ୍ୟାଳୟ ରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର, ୫୦ ୟୁନିଟ ରକ୍ତ ସଂଗ୍ରହ

0
105
ଜିଆଇଇଟିବିଶ୍ୱ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ 
ଗୁଣପୁର, (୩୧/୦୧) : ସ୍ଥାନୀୟ ଜିଆଇଇଟିବିଶ୍ୱ ବିଦ୍ୟାଳୟ ର ଜାତୀୟ ସେବା ଯୋଜନା ପକ୍ଷରୁ ଆଜି ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ବିଶ୍ୱ ବିଦ୍ୟାଳୟ ପରିସର ଅନୁଷ୍ଠିତ ହୋଇଯାଇଛି ।WhatsApp Image 2023 01 31 at 18.03.06 ଜିଆଇଇଟିବିଶ୍ୱ ବିଦ୍ୟାଳୟ ରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର, ୫୦ ୟୁନିଟ ରକ୍ତ ସଂଗ୍ରହ

ଜିଆଇଇଟିବିଶ୍ୱ ବିଦ୍ୟାଳୟ ରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରେ ମୋଟ ୫୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଏହି ଶିବିରକୁ ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ ଇଂଞ୍ଜିନିୟରିଙ୍ଗ ଆଣ୍ଡ ଟେକ୍ନୋଲୋଜି ଡିନ ଏ. ବି .ଶ୍ରୀନିବାସ ରାଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରର ଶୁଭ ଉଦଘାଟନ କରିଥିଲେ । ବିଶ୍ୱବିଦ୍ୟାଳୟର ଡ଼ ଆଶିଷ କୁମାର ସାମଲ,ଡ଼ ତୁଷାରକାନ୍ତ ପଣ୍ଡା ପ୍ରଥମେ ରକ୍ତଦାନ କରି ସ୍ୱେଚ୍ଛାକୃତ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ ।

ଏହି ଶିବିରକୁ ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଡ଼ଃ ପ୍ରେମାନଶୁ ଶେଖର ରଥ ପ୍ରମୁଖ ଶିବରକୁ ପରିଚାଳନା କରିଥିଲେ । ଗୁଣୁପୁର ରକ୍ତ ଭଣ୍ଡାରର ଡାକ୍ତର ସୁଜାତା ଦେବୀ, ଟେକ୍ନିସୀୟାନ ରାକେଶ କୁମାର ପଣ୍ଡା , ସୁରୁଚି ପାତ୍ର, ଗୌରୀ ଶଙ୍କର ବ୍ରହ୍ମା, ରାଧାକାନ୍ତ ମହାନ୍ତି ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ । ଏହି ଶିବିରରେ ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗ ଦେଇ ଉତ୍ସାହ ସହ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । ବିଶ୍ଵବିଦ୍ୟାଳୟ ଏମ ବି ଏ ବିଭାଗର ଡିନ ଡ଼. ଜଗଦୀଶ ଏମ, ଅଧ୍ୟାପକ ବାଣୀ ପ୍ରସାଦ ନାୟକ, ଗୋପାଳ କୃଷ୍ଣ ମହନ୍ତ, ବର୍ଷା ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ ।