ଆଜି ଠାରୁ ଯୁକ୍ତ ୩ ନାମଲେଖା ଆରମ୍ଭ : ଛାତ୍ରଛାତ୍ରୀମାନେ ଅନଲାଇନ୍‌ ଆବେଦନ କରିପାରିବେ

0
196

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର,(୨୦/୦୮) : ଆଜି ଠାରୁ ଯୁକ୍ତ ୩ ନାମଲେଖା ପାଇଁ ଆବେଦନ ଆରମ୍ଭ ହେବ । ସକାଳ ୧୧ଟାରୁ ସେପ୍ଟେମ୍ବର ୪ ତାରିଖ ରାତି ୧୧ଟା ୪୫ ମିନିଟ୍‌ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଅନଲାଇନ୍‌ ଆବେଦନ କରିପାରିବେ । www.dhe.odisha.gov.in ଓ www.sams odisha.gov.in ରେ ଲଗଇନ୍‌ କରି ଆବେଦନ କରିହେବ ।

ଆଜି ଠାରୁ ଯୁକ୍ତ ୩ ନାମଲେଖା ପାଇଁ ଆବେଦନ ଆରମ୍ଭ ହେବ ଓ ସେପ୍ଟେମ୍ବର ୯ ତାରିଖ ସକାଳ ୧୧ଟାରେ ପ୍ରଥମ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇବ । ସେପ୍ଟେମ୍ବର ୯ରୁ ୧୪ ତାରିଖ ରାତି ୧୧ଟା ୪୫ ମିନିଟ୍‌ ଯାଏଁ ଯାଏଁ ସାମ୍ସ ପୋର୍ଟାଲରେ ଅନଲାଇନ୍‌ ଫି ଦାଖଲ କରିପାରିବେ ଛାତ୍ରଛାତ୍ରୀ । ଏହାପରେ ପ୍ରଥମ ପର୍ଯ୍ୟାୟର ଆଡମିଶନ୍‌ ପ୍ରକ୍ରିୟା ସେପ୍ଟେମ୍ବର ୧୬ ତାରିଖରେ ଶେଷ ହେବ ।

ସେହିପରି ସେପ୍ଟେମ୍ବର ୨୧ରେ ଦ୍ୱିତୀୟ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇବ । ଦ୍ୱିତୀୟ ମେରିଟ୍‌ ଲିଷ୍ଟରେ ଯେଉଁ ଛାତ୍ରଛାତ୍ରୀମାନଙ୍କ ନାମ ଥିବ, ସେମାନେ ୨୧ରୁ ୨୪ ତାରିଖ ମଧ୍ୟରେ ସାମ୍ସ ପୋର୍ଟାଲ୍‌ ମାଧ୍ୟମରେ ଅନ୍‌ଲାଇନ୍‌ ରେ ଆଡ୍‌ମିଶନ୍‌ ଫି’ ଦାଖଲ କରିବେ।