ଶିକ୍ଷୟତ୍ରୀ ବଦଳି ପ୍ରତିବାଦ ରେ ସ୍କୁଲ ରେ ପଡିଲା ତାଲା

0
96
ଶିକ୍ଷୟତ୍ରୀ

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୩/୨) : ହରଭଙ୍ଗା ବ୍ଲକ ରାମଗଡ ପଞ୍ଚାୟତ ଉଆଁଳ ଉଚ୍ଚପ୍ରାଥମିକ ବିଦ୍ୟାଳୟ ର ଶିକ୍ଷୟତ୍ରୀ ସାରଳା ବେହେରା ଙ୍କୁ ହଠାତ ଅନ୍ୟତ୍ର ବଦଳି ହୋଇଥିବା ଜାଣି ବିଦ୍ୟାଳୟ ର ପରିଚାଳନା କମିଟି, ଅଭିଭାବକ, ଛାତ୍ରଛାତ୍ରୀ ମାନେ ଶିକ୍ଷୟତ୍ରୀ ଙ୍କୁ ବଦଳି ନକରି ନିଜ ସ୍କୁଲ କୁ ଫେରାଇ ଦେବା ପ୍ରତିବାଦ ରେ ଶୁକ୍ରବାର ଦିନ ବିଦ୍ୟାଳୟ ମୁଖ୍ୟ ଫାଟକ ତାଲା ପକାଇ ଧାରଣା ଦେଇଥିବା ଦେଖିବାକୁ ମିଳିଛି ।

ସୂଚନା ଥାଉକି ଉକ୍ତ ବିଦ୍ୟାଳୟ ର ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ଶିକ୍ଷାଦାନ ଦିଆଯାଉଥିବା ବେଳେ ବିଦ୍ୟାଳୟ ରେ ମୋଟ ୭୦ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ୬ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ଶିକ୍ଷାଦାନ କରୁଛନ୍ତି । ସେଥିମଧ୍ୟରୁ ସାରଳା ବେହେରା ନାମକ ଶିକ୍ଷୟତ୍ରୀଙ୍କୁ ହଠାତ ଅନ୍ୟତ୍ର ବଦଳି କରିଦେଇଥିବାରୁ ଏଥିରେ ଅଭିଵାବକ, କମିଟି ସଦସ୍ୟ ଓ ଛାତ୍ରଛାତ୍ରୀ ମାନେ ଅସନ୍ତୋଷ ପ୍ରକାଶ କରି ସ୍କୁଲ ସମ୍ମୁଖରେ ଧାରଣା ଦେବା ସହ ଆମ ଶିକ୍ଷୟତ୍ରୀ ଙ୍କୁ ଫେରାଇ ଦିଆଯାଉ ବୋଲି ନାରାବାଜି ଦେଇଥିଲେ । ଘଟଣା ଜଣାପଡିବା ପରେ ପରେ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ସିଆରସିସି ଘଟଣା ସ୍ଥଳକୁ ଯାଇ ବୁଝା ସୁଝା ପରେ ଗେଟ ତାଲା ଖୋଲିଥିବା ଜଣାପଡିଛି ।

ଏ ନେଇ ବୌଦ୍ଧ ଜିଲ୍ଲା ଶିକ୍ଷାଧିକାରୀ ଉଦୟ ନାଥ ମାଝୀଙ୍କୁ ଘଟଣା ସମ୍ପକରେ ପଚାରିବାରୁ ପ୍ରତି ଉତ୍ତରରେ ଶ୍ରୀ ମାଝୀ ହରଭଙ୍ଗା ବ୍ଲକ ରେ ୮ ଟି ବିଦ୍ୟାଳୟ ରେ ବର୍ତ୍ତମାନ ସିଙ୍ଗଲ ଶିକ୍ଷକ ଅଛନ୍ତି । ସରକାରଙ୍କ ନିର୍ଦ୍ଦେଶାନୁଯାଇ ପ୍ରତ୍ୟକ ବିଦ୍ୟାଳୟ ରେ ଅନୁନ୍ୟ ଦୁଇଜଣ ଶିକ୍ଷକ ଆବଶ୍ୟକତା ବୋଲି ନିର୍ଦ୍ଦେଶ ଥିବାରୁ ଆମେ ତନଖିକରି ଉକ୍ତ ବିଦ୍ୟାଳୟ ର ଶିକ୍ଷକ ପୂରଣ ପାଇଁ ଶିକ୍ଷକ ବଦଳି କରିବାକୁ ପଡୁଛି ବୋଲି କହିଥିବାବେଳେ ଅନ୍ୟପଟେ ବିଦ୍ୟାଳୟକୁ ଯଦି ଉକ୍ତ ଶିକ୍ଷୟତ୍ରୀ ନଫେରନ୍ତି ତାହାହେଲେ ଆଗାମୀ ଦିନରେ ମଧ୍ୟ୍ୟ ବିଦ୍ୟାଳୟ ର ତାଲା ଝୁଲି ରହିବ ବୋଲି ସଭାପତି ବିଦ୍ୟାଧର ବିଶି, ସାବିତ୍ରୀ ମହାଳିକ, ସୁଷମା ପ୍ରଧାନ, ବନୀତା ମହାକୁଡ଼, ପଦ୍ମିନୀ ଥାଟି, ମଳୟ କୁମ୍ଭାର ଙ୍କ ସମେତ ପରିଚାଳନା କମିଟି, ଅଭିଭାବକ ଭିତରେ ଦାବୀ ହେଉଛି ।