ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କେ.ଜି.ବି.ଭି ଜଳନିଧି ବାର୍ଷିକ ଉତ୍ସବ ୨୦୨୨-୨୩ ଅନୁଷ୍ଠିତ

0
79
ସରକାରୀ ଉଚ୍ଚ

ରିପୋର୍ଟ : ଲୋକନାଥ ସାହୁ
ଗୁଡ଼ାରୀ, (୦୪/୦୨) : ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବ୍ଲକ ର ଏମ୍ କେ ରାଇ ପଞ୍ଚାୟତ ଅନ୍ତର୍ଗତ ଜଳନିଧି ଗ୍ରାମ ର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କେ.ଜି.ବି.ଭି ଜଳନିଧି ବାର୍ଷିକ ଉତ୍ସବ ୨୦୨୨-୨୩ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2023 02 04 at 18.54.24 ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କେ.ଜି.ବି.ଭି ଜଳନିଧି ବାର୍ଷିକ ଉତ୍ସବ ୨୦୨୨-୨୩ ଅନୁଷ୍ଠିତ

ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗୁଣୁପୁର ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗ ଓ ସମ୍ମାନିତ ଅତିଥି ଭାବେ ଅଧ୍ୟକ୍ଷା ଶ୍ରୀମତୀ ଲକ୍ଷ୍ମୀ ଶବର, ଉପାଦକ୍ଷ ବିଶ୍ଵନାଥ ଶବର, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କେ.ଜି.ବି.ଭି ପ୍ରଧାନ ଶିକ୍ଷୟିତ୍ରୀ ଜୟଲକ୍ଷ୍ମୀ ମୁଟିକା, ସରପଞ୍ଚ ଶ୍ରୀମତୀ ତେୟାର ଗ୍ରାସ୍ମି ଶବର, ସ୍କୁଲ ପରିଚାଳନା କମିଟି ସଭାପତି କବିତା ପାତ୍ର ମଞ୍ଚାସୀନ ହୋଇଥିଲେ । ପ୍ରଥମତଃ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଦ୍ୱାରା ଭାଗବାନଙ୍କ ଫଟଚିତ୍ର ପାଖରେ ଦୀପ ପ୍ରଜ୍ୱଳନ ଓ ପୁଷ୍ପ ଧୂପ ଅର୍ପଣ କରାଯାଇ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ବିଦ୍ୟାର୍ଥୀଙ୍କ ଦ୍ଵାରା ଫୁଲତୋଡା ଦେଇ ମଞ୍ଚାସୀନ ଅତିଥି ମାନଙ୍କୁ ସ୍ଵାଗତ ଜଣାଇଥିଲେ । ବାର୍ଷିକ ଉତ୍ସବ ରେ ସଂସ୍କୃତି କାର୍ଯ୍ୟକ୍ରମ ସହ ପୂର୍ବ ରୁ ହୋଇଥିବା ଖେଳ ର ପୁରସ୍କାର ପ୍ରଦାନ କରାଯାଇଥିଲା । କେ.ଜି.ବି.ଭି ପ୍ରଦାନ ଶିକ୍ଷୟିତ୍ରୀ ଜୟଲକ୍ଷ୍ମୀ ମୁଟିକା ଙ୍କ ତତ୍ତ୍ୱାବଧାନ ରେ ଅନୁଷ୍ଠିତ ବାର୍ଷିକ ଉତ୍ସବ ରେ ଅନୁଷ୍ଠାନ ର ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।