ମଧୁସୂଦନ ଦାସ ଙ୍କ ଜୟନ୍ତୀ ପାଳିତ

0
105
ପାଳିତ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୦୪/୦୨) : କାଶୀନଗର ବଂଶଧାରା ପାଠାଗାର ଠାରେ ମଧୁସୂଦନ ଦାସଙ୍କ ତିରୋଧାନ ଦିବସ ପାଳନ କରାଯାଇଥିଲା ।

ସମାଜସେବୀ ହୃଷିକେଶ ଗୌଡ଼, ବ୍ୟାଙ୍କ ଅଧିକାରୀ ରବୀନ୍ଦ୍ର କୁମାର ମଲ୍ଲିକ, ପ୍ରେସ କ୍ଲବ ସଭାପତି ଆନନ୍ଦ ଚନ୍ଦ୍ର ପାତ୍ର, ସାମ୍ବାଦିକ ରାଜେଶ ପଟନାୟକ ଓ ଛାତ୍ରଛାତ୍ରୀ ମାନେ ଯୋଗ ଦେଇ ଦୀର୍ଘ ୩୦୦ ବର୍ଷର ପରାଧୀନତା ସହ ନଅଙ୍କ ଦୁର୍ଭିକ୍ଷରେ ସର୍ବସାନ୍ତ ହୋଇପଡିଥିବା ଓଡ଼ିଆଜାତିର ଉତ୍ଥାନ ପାଇଁ ଯିଏ ନିଜର ସର୍ବସ୍ୱ ତ୍ୟାଗକରି ଜୀବନର ଶେଷ ନିଶ୍ଵାସ ପର୍ଯ୍ୟନ୍ତ ସଂଗ୍ରାମ ଜାରିରଖିଥିଲେ ସେହି ମହାନ ଆତ୍ମା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ତାଙ୍କ ପବିତ୍ର ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା ।