ସରକାରୀ ସାହାଯ୍ୟ ଆଶାରେ ପକ୍ଷାଘାତଗ୍ରସ୍ତ ୠତୁମନଙ୍କ ପରିବାର

0
143
ସରକାରୀ ସାହାଯ୍ୟ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୦୫/୦୨) : କାଶୀନଗର ଏନ ଏ ସି ୮ ନମ୍ବର ୱାର୍ଡର ସାଇନାପେଟା ସାହିରେ ବସବାସ କରୁଥିବା ୠତୁମନ ବେହେରା ମସ୍ତିସ୍କ ରୋଗରେ ଆକ୍ରାନ୍ତ ହେବା ପରେ ତାଙ୍କର ଅସ୍ତ୍ରୋପଚାର ହୋଇଥିଲା । ଏବେ ସରକାରୀ ସାହାଯ୍ୟ ଆଶାରେ ପକ୍ଷାଘାତଗ୍ରସ୍ତ ୠତୁମନଙ୍କ ପରିବାର ।

ସେ ବର୍ତ୍ତମାନ ଅପେକ୍ଷାକୃତ ଭଲ ଥିଲେ ବି ତାଙ୍କ ଶରୀରର ବାମ ଭାଗ ତଥାପି ପକ୍ଷାଘାତଗ୍ରସ୍ତ ହୋଇ ରହିଛି । ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଦୀର୍ଘ ଦିନ ଯାଏଁ ତାଙ୍କୁ ଔଷଧ ସେବନ ଓ ଫିଜିଓ ଥେରାପି କରିବାକୁ ପଡିବ ବୋଲି ତାଙ୍କ ପତ୍ନୀ ଉର୍ମିଳା ବେହେରା ଜଣାଇଛନ୍ତି । କହିଛନ୍ତି ଯେ , ପ୍ରତି ମାସରେ ଔଷଧ ବାବଦକୁ ୧୫୦୦୦ ଓ ଫିଜିଓ ଥେରାପି ବାବାଦକୁ ୩୦୦୦୦ ଟଙ୍କାର ଆବଶ୍ୟକତା ରହିଛି । ସେ କିନ୍ତୁ ଏବେ କପର୍ଦ୍ଦକଶୂନ୍ୟ । ଯାହା ଅଳ୍ପ କିଛି ସଂଚୟ ଥିଲା ତାହା ଅସ୍ତ୍ରୋପଚାର ସମୟରେ ସରି ଯାଇଛି । ଧାର ଉଧାର କରି କୌଣସି ମତେ ସେ ପରିବାର ଚଳାଉଛନ୍ତି । ସରକାରୀ ସାହାଯ୍ୟ ଆଶାରେ ପକ୍ଷାଘାତଗ୍ରସ୍ତ ୠତୁମନଙ୍କ ପରିବାର । କେମିତି ସ୍ୱାମୀଙ୍କୁ ରୋଗମୁକ୍ତ କରିବେ, ସେଇ ଚିନ୍ତାରେ ତାଙ୍କର ଦିନରାତି ବିତୁଛି । ସରକାରଙ୍କ ପକ୍ଷରୁ କିଛି ଆର୍ଥିକ ସହାୟତା ମିଳିଲେ ଜୀବନ ସାରା ସେ ସରକାରଙ୍କ ନିକଟରେ କୃତଜ୍ଞ ରହିବେ ବୋଲି ଗଣମାଧ୍ୟମକୁ ଜଣାଇଛନ୍ତି ।