ରିପୋର୍ଟ: ଓଡିଶା ନ୍ୟୁଜ୨୪ ବ୍ୟୁରୋ//
ଭୁବନେଶ୍ୱର, (୦୬/୦୨): ଆଦାନୀ ପ୍ରସଙ୍ଗରେ କଂଗ୍ରେସର ବିକ୍ଷୋଭ । ରାଜରାସ୍ତାକୁ ଓହ୍ଲାଇବା ସହିତ ସଂସଦରେ ଥିବା ଗାନ୍ଧୀମୂର୍ତ୍ତି ତଳେ ବିରୋଧୀ ପ୍ରତିବାଦ କରିଛନ୍ତି । ଜଏଣ୍ଟ ପାର୍ଲାମେଣ୍ଟାରୀ କମିଟି ବା ଜେପିସି କିମ୍ବା ନ୍ୟାୟିକ ତଦନ୍ତ ଦାବି କରି ପ୍ରତିବାଦ କରିଛନ୍ତି । କଂଗ୍ରେସ ସମେତ ଅନ୍ୟାନ୍ୟ ବିରୋଧୀ ଦଳର ସାଂସଦମାନେ ଏକାଠି ହୋଇ ପ୍ରତିବାଦ କରିଛନ୍ତି ।
ଆଦାନୀ ପ୍ରସଙ୍ଗରେ କଂଗ୍ରେସର ପ୍ରତିବାଦ । ବିରୋଧୀ ସାଂସଦମାନେ ହାତରେ ପ୍ଲାକାର୍ଡ ଧରି ସଂସଦ ପରିସରରେ ମହାତ୍ମା ଗାନ୍ଧୀ ପ୍ରତିମୂର୍ତ୍ତି ନିକଟରେ ଏକାଠି ହୋଇଥିଲେ । ଆଦାନୀ ଏଣ୍ଟରପ୍ରାଇଜେସ ବିରୋଧରେ ହିଣ୍ଡେନବର୍ଗ ରିପୋର୍ଟ ପ୍ରକାଶ ପାଇବା ପରେ ବିରୋଧୀମାନେ ଲଗାତର ଗୃହରେ ଆଲୋଚନା କରିବାକୁ ଦାବି କରୁଛନ୍ତି । ଏହାର ତଦନ୍ତ ପାଇଁ ଜେପିସି ଗଠନ କରିବାକୁ ବିରୋଧୀ ଦଳ ଦାବି କରିଛନ୍ତି । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଯେ ଆମେ ସଂସଦରେ ଯେଉଁ ନୋଟିସ ଦେଇଛୁ ତା ଉପରେ ଆଲୋଚନା କରିବାକୁ ଚାହୁଁଛୁ । କିନ୍ତୁ ସରକାର ଏହାକୁ ନେଇ ରାଜି ହେଉ ନାହାନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଏହି ପ୍ରସଙ୍ଗରେ ଉତ୍ତର ଦେବା ଉଚିତ୍ ବୋଲି କହିଛନ୍ତି ।