ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ବହୁ ଆଡମ୍ବରରେ ପାଳିତ

0
122
ଜିଲ୍ଲାସ୍ତରୀୟ ପାଣି

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୮/୦୨) : ଆଜି କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ଦିବସ ମୃତ୍ତିକା ସଂଗକ୍ଷଣ ଜଳ ବିଭାଜିକା କାର୍ଯ୍ୟାଳୟର ବୈଠକ ଗୃହରେ ବହୁ ଆଡମ୍ବରରେ ପାଳିତ ହୋଇଯାଇଛି ।WhatsApp Image 2023 02 08 at 18.26.15 1 ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ବହୁ ଆଡମ୍ବରରେ ପାଳିତ

ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ବହୁ ଆଡମ୍ବରରେ ପାଳିତ । ଆରମ୍ଭରେ ଦୀପ ପ୍ରଜ୍ୱଳନ କରି ବନ୍ଦେ ଉତ୍କଳ ଜନନୀ ଗାନ କରିବା ପରେ କାର୍ଯ୍ୟକ୍ରମ ହୋଇଥିଲା । ପ୍ରଥମେ କ୍ଷୁଦ୍ର ଜଳସେଚନ ବିଭାଗ ର ଅଧିକ୍ଷଣ ଯନ୍ତ୍ରୀ ସାନ୍ତୁନୁ କୁମାର ବିଶ୍ୱାଳ ଅତିଥିଙ୍କୁ ସ୍ୱାଗତ କରିବା ସହ ରାଜ୍ୟ ସରକାରଙ୍କ ଜନ ହିତକାରୀ ଯୋଜନା ପାଣି ପଞ୍ଚାୟତ ଗଣତାନ୍ତ୍ରିକ ପଦ୍ଧତିରେ ସଫଳ ରୂପାୟନ କରିବା ଆମର ଲକ୍ଷ୍ୟ । ଏହା ଜିଲ୍ଲାର ଚାଷୀଙ୍କୁ ଅନୁରୋଧ ଯେ ପ୍ରତି ଫସଲ ଋତୁ ରବି ଏବଂ ଖରିଫ ଫସଲ ଉପୁଜାଇବା ପ୍ରତି ଧ୍ୟାନଦେଇ ମୃତ୍ତିକା ଏବଂ କୃଷି ଜଳବାୟୁ ଅନୁକୂଳର ଏକ ଫସଲ ଖସଡା ପ୍ରସ୍ତୁତ କରିବା ଗୁରୁଦାୟିତ୍ୱ ଅଟେ । ବର୍ତ୍ତମାନ ଜିଲ୍ଲାର ଭୁତଳ ମାଧ୍ୟମରେ ନଦୀ ନାଳରୁ ଜଳ ସେଚନ କରିବା ପାଇଁ ଜିଲ୍ଲାରେ ୭ଟି ସ୍ଥାନରେ କାର୍ଯ୍ୟ ଚାଲୁଅଛି ଖୁବଶୀଘ୍ର ଏହି ଜଳ ଜଗାଣ ଚାଷୀଙ୍କୁ ଉପଲବ୍ଧ କରାଯିବ ।

ଜିଲ୍ଲାରେ ମୋଟ ୯୪ଟି ପାଣି ପଞ୍ଚାୟତ ରହିଥିବା ବେଳେ ୮୭ଟି କାର୍ଯ୍ୟକ୍ଷମ ରହିଛି । ଜିଲ୍ଲାରେ ଖରିଫ ଋତୁରେ ଆର୍ଥିକ ବର୍ଷ ୨୦୨୨-୨୩ରେ ୨୪ ହଜାର ୮ଶହ ୮୮ ହେକ୍ଟର ଜଳସେଚିତ ହେଉଥିବା ବେଳେ ରବି ଋତୁରେ ୪ହଜାର ୫ଶହ ୮୮ ହେକ୍ଟର ଜଳସେଚନ ହେଉଛି । ଆଗାମୀ ଦିନରେ ହେଉଥିବା ପ୍ରକଳ୍ପ ଗୁଡିକ ସମାପ୍ତ ହେଲେ ଜିଲ୍ଲାର ପୁଣି ୨ହଜାର ୧ଶହ ୯ ହେକ୍ଟର ଜମିକୁ ଜଳ ସେଚିତ ହେବ । ଜଳକୁ ସୁ ବିନିଯୋଗ କରିବା ସହ ଜଳ ଅପଚୟ କରିବା ନାହିଁ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି । ସମ୍ମାନିତ ଅତିଥି ଜିଲ୍ଲା ମୁଖ୍ୟ ଉନ୍ନୟନ ଓ ନିର୍ବାହୀ ଅଧିକାରୀ ରବି ନାରାୟଣ ତ୍ରିପାଠୀ ତାଙ୍କ ବକ୍ତବ୍ୟରେ ପାଣି ସଂରକ୍ଷଣ, ପାଣିର ବ୍ଯବହାର, ପାଣି ଅପଚୟ ନକରିବା ଆମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ବିଶ୍ୱରେ ଜଳର ଅଭାବ ରହିଛି ।

ଯଦିଓ ଜଳର ସଠିକ ବ୍ୟବହାର ନ କରିବା ତେବେ ଦେଶ ମରୁଭୂମିରେ ପଣିରତ ହେବ ତେଣୁ ଆପଣ ହାତରେ ଆମ ଜୀବନ ବୋଲି କହିଥିଲେ । ସେହିପରି ଅଧିକ୍ଷକ ଯନ୍ତ୍ରୀ ଜଳସେଚନ ବିଭାଗ ହରଭଙ୍ଗି ରାଜୀବ କୁମାର ପଣ୍ଡିତ ଆମ ଦେଶ ଚାଷ ଉପରେ ନିର୍ଭର କରୁଛି । ସମସ୍ତ ଜିଲ୍ଲା ସ୍ତରରେ ଥିବା ଅଧିକାରୀମାନେ ଚାଷୀଙ୍କୁ ସଚେତନ କରନ୍ତୁ । ଚାଷୀ ସଚେତିତ ହେଲେ ନିଶ୍ଚିତ ଆମ ଦେଶର ବିକାଶ ହେବ କହିଛନ୍ତି । ଭୂତଳ ମାଧ୍ୟମରେ ଜଳ ଯୋଗାଣ ବ୍ୟବସ୍ଥା କେବଳ ରାଜ୍ୟର ପାଞ୍ଚଟି ଜିଲ୍ଲାରେ କାର୍ଯ୍ୟକ୍ଷମ କରାଯାଉଅଛି । ସେ ମଧ୍ୟରେ ରାୟଗଡା ଅନ୍ୟତମ ଅଟେ ।WhatsApp Image 2023 02 08 at 18.26.15 ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ବହୁ ଆଡମ୍ବରରେ ପାଳିତ

ଏହି ଜିଲ୍ଲାର ୭ଟି ପ୍ରକଳ୍ପ କାର୍ଯ୍ୟ ହେଉଛି । ଏହା ଖରିଫ ଅମଳରେ ବହୁତ କାର୍ଯ୍ୟ କରିବ । କେନାଳ ମାଧ୍ୟମରେ ଯେଉଁ ଜଳ ଯୋଗାଣ ହେଇଥିଲା ତାହା ନହୋଇ ଚାଷଜମିର ଚାରିଫୁଟ ଗଭୀର ମଧ୍ୟରେ ପାଇପ୍ ଦିଆଯାଇ ପ୍ରତି ଚେକଡ୍ୟାମ ମାଧ୍ୟମରେ ସଂଯୋଗ କରାଯିବ । ଯଦିଓ କିଛି ସ୍ଥାନରେ ଜଳ ଉପରକୁ ଉଠିବ ନାହିଁ ସେଠାରେ ଉଠା ଜଳସେଚନ ପରି ମଟର ସଂଯୋଗ କରାଯିବ । ଜିଲ୍ଲାର କରଞ୍ଜା ନାଳ, ଗଇଗୁଡା, ପୁଜାରୀଗୁଡା, ଭାତପୁର, ରେଲିକୁପା, ବୈରାଗୀ ହଲୁଆ ଏବଂ ଡେପାଗୁଡାରେ ଏହି ପ୍ରକଳ୍ପ କାର୍ଯ୍ୟ ଚାଲୁଅଛି । ଏହି ପାଣି ପଞ୍ଚାୟତ ପକ୍ଷ ପାଳନ ପାଇଁ ବିଭିନ୍ନ ବିଦ୍ୟାଳୟରେ କୁଇଜ , ଚିତ୍ରାଅଙ୍କନ, ଭାଷଣ ଏବଂ ପ୍ରବନ୍ଧ ପ୍ରତିଯୋଗିତା କରାଯାଇଥିଲା ।

ସେମାନଙ୍କୁ ମାନପତ୍ର ସହ ଅର୍ଥ ରାଶି ମୂଖ୍ୟ ଅତିଥିଙ୍କ ଦ୍ବାରା ପ୍ରଦାନ କରାଯାଇଛି । ମୂଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରା ଉପସ୍ଥିତ ହୋଇ କହିଛନ୍ତି ପଞ୍ଚାୟତ କହିଲେ କିଛି ଗ୍ରାମକୁ ନେଇ ଗଠିତ କରାଯାଇଥାଏ । ଠିକ ସେହିପରି ପାଣି ପଞ୍ଚାୟତ ମଧ୍ୟ କେତେକ ଗ୍ରାମର ଚାଷୀଙ୍କୁ ନେଇ ଗଠନ କରାଯାଇଛି । ଏହି ଭୁତଳ ମାଧ୍ୟମରେ ଜଳ ସେଚିତ କରାଯିବ ତାହା ନିଶ୍ଚିତ ଚାଷୀ ଉପଯୋଗୀ ହେବ । ଏହି କାର୍ଯ୍ୟକ୍ରମରେ ଚାଷୀଙ୍କୁ କହିବା ସୁଯୋଗ ଦିଆଯିବ ତାଙ୍କ ସମସ୍ୟା ଉପସ୍ଥାପନ କଲେ ଜିଲ୍ଲାର ଉନ୍ନତି ହେବ ବୋଲି ବକ୍ତବ୍ୟ ଦେଇଥିଲେ । ଏହା ସହ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ରାମଚନ୍ଦ୍ର ଦାଶ କହିଥିଲେ ଏକ ବିନ୍ଦୁ ଜଳ ଅତି ମୂଲ୍ୟବାନ ଅଟେ । ତେଣୁ ଜଳର ସୁ ପରିଚାଳନା ସହ ବିନିଯୋଗ କରିବା ଚାଷୀଙ୍କ ଦାୟିତ୍ୱ ।

ସମସ୍ତେ ଏକତ୍ରିତ ହୋଇ କାର୍ଯ୍ୟ ସମ୍ପୂର୍ଣ୍ଣ କଲେ କୃଷିର ଉନ୍ନତି ହେବ । ଜଳ ବିଭାଜିକା ନିର୍ଦ୍ଦେଶକ ଦୟାନିଧି ବାଗ ମଧ୍ୟ ଉପସ୍ଥିତ ହୋଇ ଚାଷୀଙ୍କ ସୁରକ୍ଷା ଆମର ଦାୟିତ୍ୱ କହିବା ସହ ଚାଷୀଙ୍କ ଉପଯୋଗୀ କାର୍ଯ୍ୟ କରିବା ହିଁ ସରକାରଙ୍କ ଲକ୍ଷ୍ୟ ରହିଛି ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସା ଅଧିକାରୀ ଡ଼ାକ୍ତର ହାଡିବନ୍ଦୁ ଭୋଇ, ଉଠା ଜଳସେଚନ ବିଭାଗର ବିନୋଦ ଚନ୍ଦ୍ର ଦାଶ, କୃଷି ବୈଜ୍ଞାନିକ ରାଜୀବ ଟୁଡୁ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପାଣି ପଞ୍ଚାୟତ ପ୍ରତିନିଧିମାନେ ପାଣି ଯୋଗାଣ ଏବଂ ଉତ୍ପାଦନ ଉପରେ କହିଥିବା ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ ।

ଏହାର ପ୍ରତିକାର ନିମନ୍ତେ ଅଧିକାରୀ ମାନଙ୍କୁ ସମାଧାନ କରିବା ନିମନ୍ତେ ସୂଚିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା ରାୟଗଡ଼ା ଉପ କ୍ଷୁଦ୍ର ଜଳସେଚନ ବିଭାଗ ଉପନିର୍ବାହୀ ଯନ୍ତ୍ରୀ ମନରଞ୍ଜନ ହାଂସଦା କରିଥିବା ବେଳେ ଓ ଜିଲ୍ଲାର ବିଭିନ୍ନ ପାଣି ପାଞ୍ଚାୟତର ସଭାପତି, ସମ୍ପାଦକଙ୍କ ସହ ବହୁ କର୍ମକର୍ତ୍ତା ଯୋଗ ଦେଇଥିଲେ । କ୍ଷୁଦ୍ରଜଳସେଚନ ବିଭାଗର ସମସ୍ତ କର୍ମଚାରୀ ସହଯୋଗ କରିବା ସହ ବିଭିନ୍ନ ଷ୍ଟୋଲ ମାଧ୍ୟମରେ ଚାଷୀଙ୍କୁ ବିଭିନ୍ନ ଲିପଲେଟ ମାଧ୍ୟମରେ ସଚେତନ କରାଯାଇଥିଲା ।