ଲୁହା ରଡ୍ ରେ ଆକ୍ରମଣ କରିବାରୁ ୪ ଜଣ ଗୁରୁତର

0
84
ଲୁହା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭଦ୍ରକ, (୧୩/୦୨) : ଭଦ୍ରକ ଚାନ୍ଦବାଲି ବ୍ଲକ ଉତୁକୁଡା ପଞ୍ଚାୟତ ବୁଡୁଜାଲ ଗାଁ’ରେ ବିଜେଡି କର୍ମୀଙ୍କ ଗୁଣ୍ଡାଗର୍ଦ୍ଦି । ବିଜେଡି କର୍ମୀଙ୍କ ଲୁହା ରଡ୍ ରେ ଆକ୍ରମଣ କରିବାରୁ ୪ ବିଜେପି କର୍ମୀ ଗୁରୁତର

ଜଣଙ୍କ ଅବସ୍ଥା ଅତି ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି । ଅନ୍ୟ ୩ ଜଣ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ରେ ଚିକିତ୍ସିତ ହେଉଛନ୍ତି । ଗତକାଲି ରାତି ରେ ୧୦ ଜଣ ବିଜେଡି କର୍ମୀ ୪ ଜଣ ବିଜେପି କର୍ମୀ ଙ୍କୁ ଅତର୍କିତ ଆକ୍ରମଣ କରିଥିଲେ । ଲୁହା ରଡ୍ ରେ ଆକ୍ରମଣ କରିବାରୁ ୪ ଜଣ ଗୁରୁତର ହୋଇପଡ଼ିଥିଲେ । ପରେ ଚାନ୍ଦବାଲି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରିଥିଲା । ତେବେ ରାଜନୈତିକ କାରଣରୁ ଆକ୍ରମଣ ହୋଇଥିବା ସୂଚନା ମିଳିଛି । ଘଟଣା ରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।