ବରିଷ୍ଠନାଗରିକ ମାନଙ୍କର ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

0
99
ବରିଷ୍ଠନାଗରିକ

ରିପୋର୍ଟ : ପ୍ରେମାନନ୍ଦ ନାଏକ
ବୀରମହାରାଜପୁର, (୧୩/୦୨) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ପଞ୍ଚମହଲା ପଞ୍ଚାୟତ ର ଅମୁର୍ଡା ଅଙ୍ଗନବାଡି କେନ୍ଦ୍ର ଠାରେ ଆଜି ବରିଷ୍ଠନାଗରିକ ମାନଙ୍କର ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି ।WhatsApp Image 2023 02 13 at 12.41.50 ବରିଷ୍ଠନାଗରିକ ମାନଙ୍କର ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

ଓଡ଼ିଶା ସରକାର ଙ୍କ ସାମାଜିକ ସୁରକ୍ଷା ଓ ସଶକ୍ତି କରଣ ବିଭାଗ ଓ ରେଆର, ସୋନପୁର ର ମିଳିତ ସହଯୋଗ ରେ କାର୍ଯ୍ୟକାରୀ ହେଉଥିବା ବରିଷ୍ଠନାଗରିକ ମାନଙ୍କର ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଶିବିର କାର୍ଯ୍ୟକ୍ରମ ରେ ପଞ୍ଚମହଲା ସରପଞ୍ଚ ଅଶୋକ କୁମାର ପଣ୍ଡା ମୂଖ୍ୟ ଅତିଥି ଭାବରେ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିଥିଲେ । କାର୍ଯ୍ୟକ୍ରମ କୁ ଡାକ୍ତର ଭିକାରୀ ମିଶ୍ର, ଏ ଏନ୍ ଏମ୍ ଅନିତା ତାଣ୍ଡି, ବିଶ୍ଵମର ସାହୁ, ଗୁଣନିଧି ମାଝି, ରଘୁମଣି ସା, ସୁଦାମ ଗାଇଗରିଆ ପରିଚାଳନା କରିଥିଲେ । ଏହି ଶିବିର ରେ ୪୭ ଜଣ ବରିଷ୍ଠ ନାଗରିକ ଯୋଗ ଦେଇ ନିଜର ସ୍ୱାସ୍ଥ୍ୟ ପରିକ୍ଷା କରିଥିଲେ ।