୧୦୮ ଫୁଟର ଐତିହ୍ୟ ଜାତୀୟ ପତାକା ଆଜି ଲୋକାର୍ପଣ କରିବେ ରାଜ୍ୟପାଳ

0
91
ଆଜି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ପୁରୀ, (୧୩/୦୨) : ପୁରୀ ପ୍ରବେଶପଥ ବୀର ହରେକୃଷ୍ଣ ପୁର ଛକରେ ଉଡିବ ୧୦୮ ଫୁଟର ଐତିହ୍ୟ ସମ୍ପର୍ଣ୍ଣ ଜାତୀୟ ପତାକା ।

ଫ୍ଲାଗ ଫାଉଣ୍ଡେସନ ଅଫ ଇଣ୍ଡିଆ ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ମିଳିତ ସହଯୋଗରେ ୧୦୮ ଫୁଟର ଐତିହ୍ୟ ଜାତୀୟ ପତାକା ଆଜି ଲୋକାର୍ପଣ କରିବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଆଉ ବାଟଗାଁ ଛକ ନିକଟରେ ଐତିହ୍ୟ ସମ୍ପନ ପତାକା ଲଗାଯିବା ସହ ସେଠାରେ ଏକ ପାର୍କ ବି କରାଯାଇଛି । ଆଉ ଏହି ଉତ୍ସବରେ ଫ୍ଲାଗ ଫାଉଣ୍ଡେସନ ଅଫ ଇଣ୍ଡିଆର ସଭାପତି ନବୀନ ଜିନ୍ଦଲ, ପୁରୀ ଜିଲ୍ଲାର ସମସ୍ତ ବିଧ୍ୟାୟକ ଓ ସାଂସଦ ଯୋଗ ଦେବେ । ଯାହାକୁ ନେଇ ସମସ୍ତେ ଖୁବ ଖୁସି ବ୍ୟକ୍ତ କରୁଛନ୍ତି ।