ସୁନା ମାଳି କହି ଠକି ୫ ହଜାର ଟଙ୍କାରେ ପିତ୍ତଳ ମାଳି ବିକ୍ରୀ କରିଥିବା ଅଭିଯୋଗ ରେ ୨ ଗିରଫ

0
110
ସୁନା ମାଳି

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୫/୦୨) : ସୁବର୍ଣ୍ଣପୁର ଜିଲ୍ଲା ବିନିକାରେ ସୁନା ମାଳି କହି ଜଣ ଙ୍କୁ ଠକି ୫ ହଜାର ଟଙ୍କା ଠକି ନେଇଥିବା ଅଭିଯୋଗରେ ପୁଲିସ ୨ ଜଣ ଙ୍କୁ ଗିରଫ କରିଛି ।

ଗିରଫ ଅଭିଯୁକ୍ତ ମାନେ ହେଳେ ମହାରାଷ୍ଟ୍ର ରାଜ୍ୟ ନାଗପୁର ଜିଲ୍ଲା ଉମରେଡ ଗ୍ରାମର ଲକ୍ଷ୍ମଣ ପରମାନ (୨୪) ଏବଂ ବାବୁଲୁ ଚୌହାନ (୪୦) । ସୂଚନା ଅନୁସାରେ, ବିନିକା ଥାନା ଶଉଲପୁର ଗ୍ରାମର ପରକ୍ଷିତ ସୁନା ବିନିକା ରୁ ଡଭଲା ଯାଉଥିବା ବେଳେ ଯୋଗେଶ୍ୱର ମନ୍ଦିର ନିକଟରେ ୨ ଜଣ ହିନ୍ଦୀ କହୁଥିବା ଲୋକ ତାଙ୍କୁ ଅଟକାଇ ଥିଲେ । ସେମାନେ ହିନ୍ଦୀ ରେ ଆମ ପାଖରେ କିଛି ସୁନା ମାଳି ଅଛି ଆମକୁ କିଛି ପଇସା ର ଆବଶ୍ୟକ ଅଛି । ସୁନା ମାଳି ଗୋଟାଏ ରଖ ଆଉ ଆମକୁ କିଛି ପଇସା ଦିଅ ବୋଲି କହିଥିଲେ । ପରେ ୫ ହଜାର ଟଙ୍କା ରେ ତାଙ୍କର ଦରଦାମ ଛିଣ୍ଡିଥିଲା । ପରେ ପରକ୍ଷିତ ସେମାନଙ୍କୁ ୫ ହଜାର ଟଙ୍କା ଦେଇ ଏକ ମାଲି ରଖିଥିଲେ । ତୁମେ ଏଠାରେ ଥାଅ ମୁ ପରୀକ୍ଷା କରିକି ଆସୁଛି ବୋଲି କହିଥିଲେ । ପରୀକ୍ଷା କରିବା ପରେ ତାହା ପିତଳ ବୋଲି ଜାଣି ପାରିଥିଲେ ।

ସେ ତୁରନ୍ତ ତାଙ୍କ ପାଖକୁ ଆସିବା ବେଳେକୁ ସେମାନେ କୁଆଡେ ଫେରାର ହୋଇଯାଇଥିଲେ । ପରେ ସେ ବିନିକା ଥାନା କୁ ଆସି ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜ୍ଜୁ କରି ଘଟଣା ର ତଦନ୍ତ ଜାରି ରଖିଥିଲା । ଆଜି ବିଶ୍ଵସ୍ଥ ସୂତ୍ରରୁ ଖବର ପାଇ ବାଗଡିଆ ଛକ ରେ ସେମାନଙ୍କୁ ପୁଲିସ କାବୁ କରିଥିଲା । ପରେ ସେମାନଙ୍କୁ ଥାନାକୁ ଆଣି ସେମାନଙ୍କୁ ଗିରଫ କରି ବିନିକା କୋର୍ଟ କୁ ଚାଲାଣ କରାଯାଇଥିଲା । ସେଠାରେ ଜାମିନ ନାମଞ୍ଜୁର ହେବାରୁ ସୋନପୁର ବିଚାର ବିଭାଗୀୟ ଜେଲ କୁ ପଠାଯାଇଛି । ସେମାନଙ୍କ ଠାରୁ ୩ ଟି ପିତଳ ମାଲି ଏବଂ ୩୫୦୦ ଟଙ୍କା ଜବତ କରାଯାଇଛି । ଏହି ଚଢ଼ାଉ ରେ ଥାନା ଏସଆଇ ରବିନ୍ଦ୍ର ସାହୁ ଙ୍କ ସମେତ ଷ୍ଟାପ ସାମିଲ ଥିଲେ ।