ସେଲଫି ନେବା ହେଲା କାଳ

0
89
ସେଲଫି

ରିପୋର୍ଟ : ନରୋତ୍ତମ ପାଢୀ
ଟିକିରି/ରାୟଗଡା, (୧୫/୨) : (ଟିକିରି) ରାୟଗଡା ଜିଲ୍ଲା ଭାଲୁମସ୍କା ଗ୍ରାମ କୁ ଏକ ବିବାହ ଘର କୁ ଯାଇଥିଲେ ସେଠାରୁ ତିନି ଜଣ ପିଲା ସାଙ୍ଗ ହୋଇ ନିକଟସ୍ଥ ଥିବା ରେଳ ଷ୍ଟେସନ କୁ ଯାଇଥିଲେ ସେଠାରେ ମାଲବଜେ ରେଳ ଗାଡ଼ି ଠିଆ ହୋଇଥିବା ବେଳେ ତିନି ଜଣ ପିଲା ସେହି ଗାଡ଼ି ଉପରକୁ ଚଢ଼ିବାକୁ ସେଲଫି ନେବା କଥା ହୋଇଥିଲେ ।

ପ୍ରଥମେ ସେହି ଗାଡ଼ି ଉପରକୁ ତିନି ଜଣ ପିଲା ସାଙ୍ଗ ସେଲଫି ନେବା ପାଇଁ ଚଢ଼ିଥିଲେ ଦେବେନ୍ଦ୍ର ସେହି ସମୟ ରେ ବିଦ୍ୟୁତ ସଂସ୍ପର୍ଶ ରେ ଆସିଥିଲେ ଏହା ପରେ ନିକଟ ରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଘଟଣା ସ୍ଥଳରେ ପୁଲିସ ଓ ଜିଆରିପି ପୁଲିସ ପହଞ୍ଚି ଘଟଣା ର ତଦନ୍ତ ଚାଲିଛି ବୋଲି ସୂଚନା ମିଳିଛି । ଏହି ମୃତ ଜଣକ ବାଳକ ହେଲେ କାଶିପୁର ବ୍ଲକ ବତ୍ର୍ତିବାଲି ଗ୍ରାମର ବୋଲି ଜଣାପଡ଼ିଛି ।