ପାଳଗଦା ରେ ନିଆଁ ଲାଗି ୮ ଲକ୍ଷର ଦାମୀ କାର ପୋଡି ପାଉଁଶ

0
78
ପାଳଗଦା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଖୋର୍ଦ୍ଧା, (୧୬/୦୨) : ପାଳଗଦା ରେ ନିଆଁ ଲାଗିଥିବାବେଳେ ନିକଟରେ ଥୁଆ ହୋଇଥିବା କାର୍ ଜଳି ଯାଇଛି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ନିରାକାରପୁର ଥାନା ବଡପୋଖରିଆ କଣ୍ଠପୁର ପାଟଣାରେ ।

ବାଡଗଂରା ପାଟଣା ଗ୍ରାମର କୃଷ୍ଣ ସାହୁଙ୍କ କାରଟି ପୋଡିଯାଇଥିବା ଜଣାପଡିଛି । ପାଳଗଦା ରେ କିଛି ଦୂର୍ବୃତ୍ତ ନିଆଁ ଲଗାଇ ଦେଇଥିଲେ । କୃଷ୍ଣ ସାହୁ କଣ୍ଠପୁର ଗ୍ରାମର ଦୟାନିଧି ସାହୁଙ୍କ ବାରିପଟେ ଗାଡିଟିକୁ ରଖିଥିଲେ । ଫଳରେ ଗାଡିଟି ସମ୍ପୂର୍ଣ୍ଣ ଭାବରେ ପୋଡି ହୋଇ ଯାଇଛି । ପୋଡି ଯାଇଥିବା କାର୍ ଟି ହ୍ୟୁଣ୍ଡାଇ କମ୍ପାନୀର ହୋଇଥିବା ଜଣାପଡିଛି । କେହି ଦୁର୍ବୁର୍ତ୍ତ ବିଳମ୍ବିତ ରାତିରେ କାର୍ କୁ ପୋଡିବା ପାଇଁ ପାଳଗଦାରେ ନିଆଁ ଲଗାଇଥିବା ଅନୁମାନ କରାଯାଉଛି । ପୋଡି ଯାଇଥିବା କାର୍ ର ମୂଲ୍ୟ ୮ ଲକ୍ଷରୁ ଅଧିକ ହେବ ବୋଲି ଜଣାପଡିଛି । ପୂର୍ବ ବିବାଦକୁ କେନ୍ଦ୍ର କରି କାରଟିକୁ ପୋଡିଦେଇଥିବା ଅନୁମାନ କରାଯାଉଛି ।