କସ୍ତୁରବା ଗାନ୍ଧୀ ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ , ଜଲତାର ରେ ବାର୍ଷିକ ଉତ୍ସବ ପାଳିତ 

0
119
କସ୍ତୁରବା

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ 
ଗୁଣପୁର, (୧୮/୨) : ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକ ଅନ୍ତର୍ଗତ ଜଲତାର କସ୍ତୁରବା ଗାନ୍ଧୀ ଉଚ୍ଚ ପ୍ରାଥମିକ ବାଳିକା ବିଦ୍ୟାଳୟର ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି ।WhatsApp Image 2023 02 18 at 08.28.58 କସ୍ତୁରବା ଗାନ୍ଧୀ ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ , ଜଲତାର ରେ ବାର୍ଷିକ ଉତ୍ସବ ପାଳିତ 

ଆଜି ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଦିନଟିଏ । ବର୍ଷସାରା ଶ୍ରେଣୀ ଗୃହରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା, ବର୍ଷସାରା ଅନୁଷ୍ଠିତ ହୋଇଥିବା ପ୍ରତିଯୋଗିତାର ପୁରସ୍କାର ବିତରଣ ସହ ମନଭରି ନାଚିଗାଇ ନିଜକୁ ହଜାଇ ଦେବାକୁ ପାଳନ କରାଯାଏ ବାର୍ଷିକ ଉତ୍ସବ । ସବୁଜ ବନାନୀ ଓ ପାହାଡ ପାଦଦେଶରେ ଅବସ୍ଥିତ ଜଲତାର କସ୍ତୁରବା ଗାନ୍ଧୀ ଉଚ୍ଚ ପ୍ରାଥମିକ ବାଳିକା ବିଦ୍ୟାଳୟ । କରୋନା କଟକଣା ହଟିବା ପରେ ମହା ସମାରୋହରେ ପାଳିତ ହୋଇଛି ବାର୍ଷିକ ଉତ୍ସବ । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶ୍ରୀ ସୁଜନ ମଲ୍ଲିକ (ବି ଇ ଓ ଗୁଣପୁର) , ମୁଖ୍ୟ ବକ୍ତା ଭାବେ ଶ୍ରୀ ଜଗନ୍ନାଥ ପଟ୍ଟନାୟକ (ଅବସରପ୍ରାପ୍ତ ବି ଆର ସି ସି , ଗୁଣପୁର) , ସଭାପତି ଭାବେ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଶୋଭାରାଣୀ ପଟେଲ, ସମ୍ମାନୀତ ଅତିଥି ଭାବେ ଲକ୍ଷ୍ମୀ ବେହେରା (ଏ ଵି ଇ ଓ) , ନୀଳାମ୍ବର ଜାନି (ଆଇ ଆଇ ସି ଗୁଣପୁର) , ସବିତା ଶବର (ଏ ବି ଇ ଓ ), ମାର୍କ ଦଳଵେହେରା (ସରପଞ୍ଚ ଜନତାର) ପ୍ରମୁଖ ମଞ୍ଚାସୀନ ଥିଲେ । ପ୍ରଭୁ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତୀରେ ପ୍ରଦିପ ପ୍ରଜ୍ଜ୍ୱଳନ ସହ ମାଲ୍ୟାର୍ପଣ କରି ବାର୍ଷିକ ଉତ୍ସବରେ ଶୁଭାରମ୍ଭ ହୋଇଥିଲା ।WhatsApp Image 2023 02 18 at 08.28.59 କସ୍ତୁରବା ଗାନ୍ଧୀ ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ , ଜଲତାର ରେ ବାର୍ଷିକ ଉତ୍ସବ ପାଳିତ 

ସ୍କୁଲର ଛାତ୍ରୀ ମାନଙ୍କ ଦ୍ଵାରା ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା । ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଶୋଭାରାଣୀ ପଟେଲ ପୈାରହିତ୍ୟ କରି ସ୍କୁଲର ବାର୍ଷିକ ବିବରଣୀ ପାଠ କରିଥିଲେ । ମଞ୍ଚାସିନ ଅତିଥି ମାନେ ମଣିଷ ଜୀବନରେ ଶିକ୍ଷାର ଗୁରୁତ୍ୱ ସମ୍ପର୍କରେ ଛାତ୍ରୀ ମାନଙ୍କୁ ବୁଝାଇଥିଲେ । ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଶୋଭାରାଣୀ ପଟେଲ ଶିକ୍ଷା ଦିଗରେ ସରକାରଙ୍କ ବିଭିନ୍ନ ଯୋଜନା ସମ୍ବନ୍ଧରେ ଅବଗତ କରାଇବା ସହ ବର୍ତ୍ତମାନର ଆଶ୍ରମ ବିଦ୍ୟାଳୟ ଗୁରୁକୂଳ ଆଶ୍ରମର ବିକଳ୍ପ ବୋଲି କହିଥିଲେ । ସମସ୍ତ ଅତିଥି ମାନଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ବିଭିନ୍ନ କ୍ରୀଡାରେ ପାରଦର୍ଶିତା ଲାଭ କରିଥିବା ଛାତ୍ରୀ ମାନଙ୍କୁ ଅତିଥିଙ୍କ ଦ୍ଵାରା ପ୍ରମାଣପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା । ଏହି ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମକୁ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପରିଚାଳନା କରିବା ସହ ପୂର୍ଣ୍ଣ ସହଯୋଗ କରିଥିଲେ । ଶେଷରେ ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।