ପ୍ରଧାନମନ୍ତ୍ରୀ ଆବାସଯୋଜନା ରେ ଅନିମିୟତା : ଜିଲ୍ଲା ବିଜେପି ପକ୍ଷରୁ ବ୍ଲକ ଅଫିସ ଘେରାଉ

0
85
ପ୍ରଧାନମନ୍ତ୍ରୀ ଆବାସଯୋଜନା

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୭/୦୨) : ସୁବର୍ଣ୍ଣପୁର ଜିଲ୍ଲା ବିଜେପି ପକ୍ଷରୁ ରାଜ୍ୟରେ ଗରିବଙ୍କ ପାଇଁ ଉଦ୍ଦିଷ୍ଟ ପ୍ରଧାନମନ୍ତ୍ରୀ ଆବାସଯୋଜନା ରେ ପ୍ରକୃତ ହିତାଧିକାରୀଙ୍କୁ ଚୟନ କରାଯାଇ ନ ଥିବାରୁ ଅନିମିୟତା ଦେଖାଦେଇଛି ।

ପ୍ରଧାନମନ୍ତ୍ରୀ ଆବାସଯୋଜନା ରେ ପ୍ରକୃତ ହିତାଧିକାରୀଙ୍କୁ ଚୟନ କରାନଯାଇ ଦଳିୟ ଭିତ୍ତିରେ ବିଜେଡି ର ଅଯୋଗ୍ୟ ଧନିକ ଶ୍ରେଣୀର ବ୍ୟକ୍ତିଙ୍କୁ ହଜାର ହଜାର ଟଙ୍କା ଲାଞ୍ଚନେଇ ପ୍ରଦାନ କରାଯାଇଥିବା ପ୍ରତିବାଦରେ ଜିଲ୍ଲା ବିଜେପି ସଭାପତି ପ୍ରମୋଦ କୁମାର ମହାପାତ୍ର ଙ୍କ ନେତୃତ୍ୱରେ ବିଜେପି ର ହଜାର ହଜାର କର୍ମକର୍ତ୍ତା ଆଜି ସୋନପୁର ବ୍ଲକ କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସଭାପତି ପ୍ରମୋଦ ମହାପାତ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବିକ୍ଷୋଭରେ ଅଶୋକ ପୂଜାରୀ, ଶରତ ଶତପଥୀ, ଧୀରଜ୍ ବେଜ୍, ପୂର୍ଣ୍ଣଚନ୍ଦ୍ର ବିଶି, ଶ୍ୟାମ ସୁନ୍ଦର ଶତପଥୀ, ଅଲେଖ ନାଏକ, ସୁରେଶ ବିଶ୍ଵାଳ, ନବ ଦାସ, ପ୍ରତାପ ବାଗ, ରାମେଶ୍ୱର ପ୍ରଧାନ, ସୁପ୍ରଭା ସେଠୀ, ସନ୍ତୋସିନୀ ଚାଉଳିଆ ପ୍ରମୁଖ ଯୋଗ ଦେଇ ରାଜ୍ୟ ସରକାରଙ୍କ ଉପରେ ଯୁବକ ଙ୍କୁ କୌଣସି କର୍ମସଂସ୍ଥାନ ଯୋଗାଇଦେବା ବଦଳରେ ଆଜି ତାଙ୍କ ହାତରେ ମଦବୋତଲ ଧରେଇଦେବା ଦ୍ୱାରା ଆଜି ମାଁ ମାନଙ୍କର ଅଭିଶାପ ଏଇ ସରକାର ଉପରେ ପଡିବା ନିଶ୍ଚିତ ବୋଲି ଏ ଅପାରଗ ବିଜେଡ଼ି ସରକାର କୁ ନିଶ୍ଚିତ ଭାବରେ ଲୋକମାନେ ଏଥର ପ୍ରତ୍ୟାଖ୍ୟାନ କରିବେ ବୋଲି ରାଜ୍ୟ ସରକାର ଉପରେ ଖୁବ୍ ବର୍ଷିଥିଲେ ।