ନବ ଦାସ ହତ୍ୟା ମାମଲା: ପୁଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କଲେ ନରସିଂହ !

0
125
ନବ ଦାସ ହତ୍ୟା

ବଲାଙ୍ଗୀର, (୨୦/୦୨) : ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାରେ ରାଜ୍ୟ ସରକାରଙ୍କୁ ପୁଣି ନରସିଂହଙ୍କ ଟାର୍ଗେଟ। ରାଜ୍ୟରେ ଆଇନର ଶାସନ ନୁହେଁ ଜଙ୍ଗଲୀ ଶାସନ ଚାଲିଛି ବୋଲି ସେ ଆକ୍ଷେପ କରିଛନ୍ତି ।Narasingh Mishra ନବ ଦାସ ହତ୍ୟା ମାମଲା: ପୁଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କଲେ ନରସିଂହ !

ନବ ଦାସ ହତ୍ୟାକାଣ୍ଡରେ ତଦନ୍ତକାରୀ ସଂସ୍ଥା ଉପରେ ଲୋକଙ୍କ ସଂଦେହ ବଢୁଛି । ତଦନ୍ତକାରୀ ସଂସ୍ଥା ପ୍ରେସମିଟ୍‌ ଜରିଆରେ ଲୋକଙ୍କୁ ସଂପୂର୍ଣ୍ଣ ତଥ୍ୟ ଦେବା ଦରକାର। ନବ ଦାସ ହତ୍ୟା କାଣ୍ଡ ହଠାତ ହୋଇନି। ଏହା ଆକ୍ସିଡେଣ୍ଟାଲ ଡେଥ ନୁହେଁ ବଂର ବହୁଦିନର ଷଡ଼ଯନ୍ତ୍ର ବୋଲି କହିବା ସହ ନବ ଦାସଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସଂହ ମିଶ୍ର

ସେପଟେ ମମିତା ମେହେର ହତ୍ୟା ଘଟଣାର ଅଭିଯୁକ୍ତ ଗୋବିନ୍ଦ ସାହୁର ମୃତ୍ୟୁ ହତ୍ୟା କି ଆତ୍ମହତ୍ୟା ଏଯାଏଁ ସ୍ପଷ୍ଟ କରିନାହିଁ । ତେଣୁ କ୍ରାଇମବ୍ରାଞ୍ଚର ପାରିବା ପଣିଆ ଏଥିରୁ ଜଣାପଡ଼ୁଛି ବୋଲି ସେ କହିଛନ୍ତି । ସେହିପରି ନବ ଦାସ ହତ୍ୟା ଘଟଣା ରେ ପୋଲିସ ଡିଜି ଓ କ୍ରାଇମବ୍ରାଞ୍ଚ ମୁହଁ ଖୋଲୁନଥିବା ପ୍ରସଙ୍ଗରେ ନରସିଂହ କହିଛନ୍ତି ଓଡ଼ିଶାରେ ଡିଜି ନଥିବା ଭଳି ମନେ ହେଉଛି। ନରସିଂହଙ୍କ ଅଭିଯୋଗ ଉପରେ ରାଜ୍ୟ ସରକାର କି ପୋଲିସ ପ୍ରଶାସନ ପକ୍ଷରୁ ପ୍ରତିକ୍ରିୟା ମିଳିପାରିନାହିଁ ।

ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ରଙ୍କ ଗରିବ ବିରୋଧୀ କାର୍ଯ୍ୟକଳାପକୁ ବଲାଙ୍ଗୀର ବିଜେଡିର ବିରୋଧ। ବିଧାୟକ ଶୁସାନ୍ତ ସିଂଙ୍କ ସହ ହଜାର ହଜାର ବିଜେଡି ନେତା ଓ କର୍ମୀ ସାମିଲ ହୋଇ କୋଶଳ କଳାମଣ୍ଡଳ ପଡିଆ ରାଲି ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ନରସିଂହ ମିଶ୍ର ଗରିବ ବିରୋଧୀ। ସରକାରଙ୍କ ବିକାଶ ଧାରା ଦେଖି ସହ୍ୟ କରିପାରୁନାହାଁନ୍ତି ବୋଲି କହିଛନ୍ତି ବିଧାୟକ ସୁଶାନ୍ତ ସିଂ ।