ମହୁଲପାଲି ରେ ଜଳନ୍ଧର ଦରବାର ତୃତୀୟ ସନ୍ଧ୍ୟା

0
156
ମହୁଲପାଲି

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୦/୦୨) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଭଣ୍ଡାର ପଞ୍ଚାୟତ ମହୁଲପାଲି ଗ୍ରାମରେ ଓଁମ ଶ୍ରୀ ଶ୍ରୀ ମହା ରୁଦ୍ରେଶ୍ୱର ମହାଦେବ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅବସରରେ ଚାଲିଥିବା ଜଳନ୍ଧର ଦରବାର ତୃତୀୟ ସନ୍ଧ୍ୟା ରେ ପହଞ୍ଚିଛି ।

ମହୁଲପାଲି ରେ ଜଳନ୍ଧର ଦରବାର ତୃତୀୟ ସନ୍ଧ୍ୟାରେ ଜଳନ୍ଧର କାଳ ନିଉତି କୁ ପରାସ୍ତ ଓ ବୃନ୍ଦାବତୀ କୁ ବିବାହ, ଯମପୁର ଆକ୍ରମଣ ସଂଜୀବନୀ ମନ୍ତ୍ର ଦୈତ୍ୟଗୁରୁ ଶୁକ୍ଲାଚାର୍ଯ୍ୟ ଙ୍କୁ ପ୍ରଦାନ ଆଦି ନାଟକ ମଞ୍ଚସ୍ଥ ହୋଇଥିଲା ଆଜି ଦରବାର କୁ ମୁଖ୍ୟ ଅତିଥି ଭାବେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଶୋକ ନନ୍ଦ, ସମ୍ମାନିତ ଅତିଥି ଭାବେ ବିରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା, ଉଲୁଣ୍ଡା ବ୍ଲକ ଅଧ୍ୟକ୍ଷା ଙ୍କ ପ୍ରତିନିଧି କୃତିବାସ ମିଶ୍ର, ବିନିକା ବ୍ଲକ ଉପାଧ୍ୟକ୍ଷ ନିର୍ମଳ ଷାଣ୍ଢ, ଆତ୍ମା ଅଧ୍ୟକ୍ଷ ପ୍ରତାପ ଚାନ୍ଦ, ସିଂଘିଯୁବା ପେକ୍ସ ସଭାପତି ମନୋଜ ସାହୁ ସରପଞ୍ଚ ସଂଘ ସଭାପତି ରଜତ ପଧାନ ପ୍ରମୁଖ ଯୋଗ ଦେଇଥିଲେ । ମହାଦେବ ମନ୍ଦିର ପ୍ରତିଷ୍ଠା ରେ ପୂଜକ ଭାବେ ପଣ୍ଡିତ ବାସୁଦେବ ହୋତା, ରାଜେଶ ମିଶ୍ର, ଅବିନାଶ ମିଶ୍ର, ଦାମୋଦର ନନ୍ଦ ପ୍ରମୁଖ ପୂଜାର୍ଚ୍ଚନା କରୁଛନ୍ତି । ଏହି ଅବସରରେ ଅଷ୍ଟପ୍ରହରୀ ନାମଯଜ୍ଞ, ସତସଙ୍ଗ, ପ୍ରବଚନ କାର୍ଯ୍ୟକ୍ରମ ଆଦି ଅନୁଷ୍ଠିତ ହେଉଛି ।