ଘରେ ପଶି ଏସିଡ୍‌ ମାଡ଼ : ୪ ଗୁରୁତର

0
100
ଗୁରୁତର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବାଲେଶ୍ଵର, (୨୦/୦୨) : ଘରେ ପଶି ଯୁବକଙ୍କ ଏସିଡ୍ ମାଡ଼ । ଦୁର୍ଘଟଣାରେ ୪ ଗୁରୁତର ହୋଇଛନ୍ତି ।

ଏସିଡ୍ ମାଡ଼ରେ ୨ ଭଉଣୀଙ୍କ ସମେତ ସେମାନଙ୍କର ୨ ଶିଶୁ ଗୁରୁତର ହୋଇଛନ୍ତି । ବାଲେଶ୍ୱର ସଦର ଥାନା ଭୀମପୁରା ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଜଘନ୍ୟ କାଣ୍ଡ । ସମସ୍ତ ଗୁରୁତର ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଆକ୍ରମଣକାରୀ ନୀଳଗିରି ଥାନା ସନ୍ତରାଗଡ଼ିଆ ଅଞ୍ଚଳର ଚନ୍ଦନ ରଣା ବୋଲି ସୂଚନା ରହିଛି । ଏସିଡ ମାଡର ପ୍ରକୃତ କାରଣ କ’ଣ ସେ ନେଇ ଖୋଳତାଡ କରୁଛି ପୋଲିସ୍ ।