ବିନା ଦୋଷ ରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଦିଆଯାଇଥିବା ଅଭିଯୋଗ

0
102
ବିନା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଅନୁଗୁଳ, (୨୧/୦୨) : ପାଲଲହଡ଼ା ପୋଲିସର ବର୍ବରତା । ବିନା ଦୋଷ ରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଦିଆଯାଇଥିବା ଅଭିଯୋଗ ।

ଏ ନେଇ ମାଡ଼ର ଶିକାର ହୋଇଥିବା ଆଦିତ୍ୟ ବେହେରା ଗତକାଲି ମାନବ ଅଧିକାର କମିଶନରଙ୍କୁ ଭେଟିଛନ୍ତି । ସେ କହିଛନ୍ତି ସବୁଆଡୁ ନିରାଶ ହେଲା ପରେ ବାଧ୍ୟ ହୋଇ ମାନବାଧିକାର କମିଶନରଙ୍କୁ ଭେଟିଛୁ । ମୋର କୌଣସି ଦୋଷ ନାହିଁ । ଚୋରି ମାମଲାରେ ବିନା ଦୋଷ ରେ ପାଳଲହଡ଼ା ପୋଲିସ ମତେ ନେଇ ନିସ୍ତୁକ ମାଡ଼ ମାରିଥିଲା । ପ୍ରତିବାଦ କରିବାରୁ ମିଛ କେସରେ ଫସାଇଦେବୁ ବୋଲି ମଧ୍ୟ ଧମକ ଦେଲେ । ପାଣି ମାଗିଲେ ପରିସ୍ରା ପିଆଇ ଦେବୁ ବୋଲି କହିଲେ । ଏମିତି ମାଡ଼ ମାରିଲେ ଯେ ଗୋଡ଼ ଭାଙ୍ଗିବା ସହିତ ବେକରେ ମଧ୍ୟ ଆଘାତ ଲାଗିଲା । ତେଣୁ ଏହି ଘଟଣାର ସଠିକ ତଦନ୍ତ ପାଇଁ ମାନବ ଅଧିକାର କମିଶନରଙ୍କ ପାଖରେ ଅନୁରୋଧ କରିଛୁ ।