ଥାନା ରେ ପ୍ରେମୀ ଯୁଗଳଙ୍କ ବିବାହ

0
97
ବିବାହ

ରିପୋର୍ଟ : ରାଜେଶ ବାଘ
ଉଲୁଣ୍ଡା, (୨୩/୨) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ପରିସର ରେ ପ୍ରେମୀ ଯୁଗଳଙ୍କ ବିବାହ ହୋଇଛି ।

ଦୀର୍ଘ ଦେଢ ବର୍ଷ ହେବ ସମ୍ବଲପୁର ଜିଲ୍ଲା ତାଲପାଲି ଗାଁ’ର ଯୁବକ ଆକାଶ ନାଏକ ସୁବର୍ଣ୍ଣପୁର ଜିଲ୍ଲା ବିନିକା ର ଯୁବତୀ ଶିଳ୍ପା ନାଏକ୍ ଙ୍କୁ ପ୍ରେମ କରୁଥିଲେ । ଶିବରାତ୍ରି ଦିନ ଦୁଇଜଣ ମିଶି ଫେରାର ମାରିଥିଲେ । ପରେ ଶିଳ୍ପା ଙ୍କ ପରିବାର ପକ୍ଷରୁ ବିନିକା ଥାନା ରେ ଅଭିଯୋଗ କରାଯାଇଥିଲା । ଆଜି ବିନିକା ପୋଲିସ ଦୁଇ ପରିବାର ଙ୍କୁ ଡାକି ଆପୋସ ବୁଝାମଣା କରି ପ୍ରେମୀ ଯୁଗଳଙ୍କୁ କୋର୍ଟ ମେରେଜ ସହ ଥାନା ପରିସର ରେ ବିବାହ କରିଥିଲେ । ଏବେ ବିବାହ ପରେ ପ୍ରେମୀ ଯୁଗଳ ଖୁସି ଥିବା କହିଛନ୍ତି ।