ଢ଼ାବା ମାଲିକ ଓ ତାଙ୍କ ସହଯୋଗୀଙ୍କୁ ଗୁଳି ମାରିଲେ ଦୁର୍ବୃତ୍ତ

0
115
ଢ଼ାବା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସୁନ୍ଦରଗଡ, (୨୭/୦୨) : ସୁନ୍ଦରଗଡ ଜିଲ୍ଲା କୋଇଡା ଥାନା ଅନ୍ତର୍ଗତ ମାଲଡ଼ାରେ ଗୁଳିକାଣ୍ଡ । ଢ଼ାବା ମାଲିକ ଓ ତାଙ୍କ ସହଯୋଗୀଙ୍କୁ ଗୁଳି ମାରିଲେ ଦୁର୍ବୃତ୍ତ ।

ଘଟଣା ରେ ଢ଼ାବା ମାଲିକ ରମେଶ ଛତମ୍ବା ମୃତ, ସହଯୋଗୀ ଗୁରୁତର । ଗୁରୁତର ଙ୍କୁ ଯୋଡା ମେଡିକାଲରେ ଭର୍ତି କରାଯାଇଛି । ସୂଚନା ଅନୁସାରେ, ରମେଶ ଓ ତା’ର ପରିବାର ହୋଟେଲ୍ ବନ୍ଦ କରି ମାଘେ ପରବ ମନେଇବାକୁ ଯାଇଥିଲେ ଆଉ ସନ୍ଧ୍ୟା ସମୟରେ ହୋଟେଲ କୁ ଫେରିଥିଲେ । ସେହି ସମୟରେ ଦୁଇ ଜଣ ଦୁର୍ବୃତ୍ତ ପଲସର ବାଇକ ରେ ଆସି ଖାଇବାକୁ ମାଗିଥିଲେ । ପରେ ରମେଶ ଓ ତାଙ୍କ ସହଯୋଗୀ ମନା କରିବାରୁ ଗୁଳି ମାରିଥିଲେ । ଫଳରେ ଘଟଣା ସ୍ଥଳରେ ହିଁ ରମେଶ ଛତମ୍ବାଙ୍କ ମୃତ୍ୟୁ ଘଟିଥିଲା । ଖବରପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।