ବିଦ୍ୟାଧରପୁର ନିକଟରେ ବାଇକ ଦୁର୍ଘଟଣା : ଚାଲିଗଲା ଜଣଙ୍କ ଜୀବନ

0
81
ବିଦ୍ୟାଧରପୁର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କେନ୍ଦୁଝର, (୨୮/୦୨) : ପୃଥକ ବାଇକ୍ ଦୁର୍ଘଟଣାରେ ୧୦ ଜଣ ଆହତ ହୋଇଥିବା ବେଳେ, ଜଣଙ୍କ ମୃତ୍ୟୁ ହୋଇଛି । କେନ୍ଦୁଝର ଜିଲ୍ଲା ସୋସୋ ଥାନା ବିଦ୍ୟାଧରପୁର ନିକଟରେ ବାଇକ ଦୁର୍ଘଟଣାରେ ପଦ୍ମନାଭ ମହାନ୍ତିଙ୍କ ମୃତ୍ୟୁ ହୋଇଛି ।

ବିଦ୍ୟାଧରପୁର କୁ ପଦ୍ମନାଭଙ୍କୁ ଦେଖିବା ପାଇଁ ତାଙ୍କର ସମ୍ପର୍କୀୟ ଆସୁଥିବା ବେଳେ ପୁରୁଣାପାଣି ନିକଟରେ ଦୁର୍ଘଟଣାରେ ୨ ଜଣ ଆହତ ହୋଇଛନ୍ତି । ସେହିପରି ୨୦ ନଂ ଜାତୀୟ ରାଜପଥ ହସନପୁର ନିକଟରେ ୨ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଘଷିପୁରା ଥାନା ସରେଇଁ ଗ୍ରାମର ୩ ଜଣ ଆହତ ହୋଇଥିବା ବେଳେ ମୟୂରଭଞ୍ଜ ଜିଲ୍ଲା ଯଶୀପୁର ଅଞ୍ଚଳର ୨ ଜଣ ଆହତ ହୋଇ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଦେଓଗାଁ ଜାଗର ମେଳା ଦେଖିବାକୁ ଆସିଥିବା ବେଳେ ବାଇକ ଦୁର୍ଘଟଣାରେ କେଶଦୁରାପାଳ ଅଞ୍ଚଳର ୨ ଜଣ ଆହତ ହୋଇଛନ୍ତି । ରାଜ୍ୟରେ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ଏବଂ ଆହତ ସଂଖ୍ୟା ବଢ଼ି ବଢ଼ି ଚାଲିଛି ।