ଷଷ୍ଠ ମହଲାରୁ ଡେଇଁ କଲେ ଆତ୍ମହତ୍ୟା

0
80
କଲେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଛତିଶଗଡ, (୨୮/୦୨) : ଛତିଶଗଡରୁ ଆସିଲା ଆତ୍ମହତ୍ୟା କରିବାର ଏକ ଭିଡିଓ । ଛାତ୍ରୀ ଜଣଙ୍କ ଷଷ୍ଠ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି ।

ଏହି ପୁରା ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ଓ ଭାଇରଲ ହେଉଛି । ଜଣେ ଛାତ୍ରୀ ନିର୍ମାଣାଧୀନ କୋଠାର ଷଷ୍ଠ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ଭିଡିଓରେ, ତଳେ ଠିଆ ହୋଇଥିବା ଲୋକମାନେ ଛାତ୍ରଙ୍କୁ ବଞ୍ଚାଇବା ପାଇଁ ପାଟିତୁଣ୍ଡ କରିଥିଲେ, କିନ୍ତୁ ଲୋକଙ୍କ ସ୍ଵର କୁ ଅଣଦେଖା କରି ଛାତ୍ର ଜଣକ ଡେଇଁପଡିଥିଲେ । ଏହି ଘଟଣା ପରେ ଛାତ୍ରୀ ଜଣକ ତୁରନ୍ତ ଘଟଣା ସ୍ଥଳରେ ମୃତ୍ୟୁବରଣ କରିଥିଲେ । ଆତ୍ମହତ୍ୟା ପଛର କାରଣ ଏ ପର୍ଯ୍ୟନ୍ତ ଜଣା ପଡିନାହିଁ ।