ଭଡ଼ା ଘରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର

0
102
ଭଡ଼ା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଢେଙ୍କାନାଳ, (୨୮/୦୨) : ଢେଙ୍କାନାଳ ସହର ଷ୍ଟେସନ ବଜାର ୨୧ ନମ୍ବର ୱାର୍ଡ ମଙ୍ଗଳା ମନ୍ଦିର ନିକଟରେ ଏକ ଭଡ଼ା ଘରୁ ଜଣେ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି ।

ମୃତକ ମହିଳାଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ । ପ୍ରାୟ ୩ ଦିନ ହେଲା ତାଙ୍କର ମୃତ୍ୟୁ ହୋଇଯାଇଥିବା ଜଣାଯାଇଛି । ସୂଚନା ଅନୁସାରେ, ବୃଦ୍ଧା ଜଣଙ୍କ ପ୍ରାୟ ୩ ମାସ ହେଲା ଷ୍ଟେସନ ବଜାରରେ ଘର ଭଡ଼ା ନେଇ ରହୁଥିଲେ । ହେଲେ କଲୋନୀର ଅନ୍ୟମାନଙ୍କ ସହ ମିଶୁ ନଥିଲେ । ତେଣୁ ତାଙ୍କ ସମ୍ପର୍କରେ କେହି କିଛି ଜାଣି ନଥିବା କହିଛନ୍ତି । ଏପରିକି ଘର ମାଲିକ ବି ତାଙ୍କ ପରିଚୟ ଜାଣି ନଥିବା କହିଛନ୍ତି । ଯାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ତେବେ ଆଜି ଘର ଭିତରୁ ଦୁର୍ଗନ୍ଧ ବାହାରିବାରୁ ଲୋକେ ପୁଲିସକୁ ଖବର ଦେଇଥିଲେ । ପୁଲିସ ପହଞ୍ଚି ବାବାଟ ଖୋଲିଲା ବେଳକୁ ସେ ଖଟ ତଳେ ମରିପଡିଥିବା ଦେଖାଯାଇଥିଲା । ସାଇଣ୍ଟାଫିକ୍ ଟିମ୍ ସହ ପୁଲିସ ତଦନ୍ତ ଚଳାଇଛି ।