ବେଆଇନ କଫ ସିରଫ ଜବତ ସହ ଜଣେ ଅଭିଯୁକ୍ତ କୋର୍ଟ ଚାଲାଣ

0
170
ବେଆଇନ କଫ ସିରଫ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, (୦୩/୦୩) : ବଲାଙ୍ଗୀର ସହର ର ଚିମନଭାଡ଼ି ପଡ଼ା ରେ ବଲାଙ୍ଗିର ପୋଲିସ ଗୋପନୀୟ ସୂତ୍ରରୁ ଖବର ପାଇ ବିପୁଳ ପରିମାଣ ବେଆଇନ କଫ ସିରଫ ଓ ନିଶା ବାଟିକା ଜବତ କରିବା ସହ ଜଣେ ଅଭିଯୁକ୍ତ କୁ ଗିରଫ କରିଛି ।

ବଲାଙ୍ଗିର ଟାଉନ୍‌ ପୋଲିସ ତରଫ ରୁ ଦିଜନ ଓରଫ ମନରଞ୍ଜନ ପଧାନ ନାମକ ଜଣେ ବ୍ୟକ୍ତି ଅବୈଧ ଭାବରେ ବେଆଇନ କଫ ସିରପ ଓ ନିଶା ବାଟିକା ଦୀର୍ଘ ଦିନ ଧରି କାରବାର କରି ଆସୁଥିଲା । ୯୨ ଗୋଟି ସିଲ୍‌ ଥିବା ଏସ୍‌କଫ୍‌ କଫ୍‌ ସିରପ ବୋତଲ, ଦୁଇ ଷ୍ଟ୍ରିପ୍‌ ଏଲପ୍ରାକ୍ସ ଟାବଲେଟ ଆଦି ଜବତ୍‌ କରିଥିବା ବଲାଙ୍ଗିର ଟାଉନ୍‌ ଥାନା ଅଧିକାରୀ କେ. ପ୍ରିୟଙ୍କା ରାଉତରାୟ ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଛି ବୋଲି ପ୍ରକାଶ ପାଇଛି ।