ସାଇବର କ୍ରାଇମ ରେ ନାବାଳକ

0
98
ସାଇବର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନବରଙ୍ଗପୁର, (୦୫/୦୩) : ସାଇବର କ୍ରାଇମ ରେ ନାବାଳକ । ଆଜିର ଦିନରେ ମୋବାଇଲ ବ୍ୟବହାର ଯୁବପିଢିଙ୍କୁ ପାଠ ପଢା ରେ ଯେତିକି ସାହାଯ୍ୟ କରୁଛି ସେତିକି ଭୁଲ ବାଟ ରେ ବି ନେଉଛି ।

ମୋବାଇଲ୍ ବ୍ୟବହାର କରି ନାବାଳକ ମଧ୍ୟ କରୁଛନ୍ତି ଅପରାଧ । ଏଭଳି ଜଣେ ନାବାଳକ ମୋବାଇଲ୍ ବ୍ୟବହାର କି ସାଇବର ଅପରାଧ କରିଥିବା ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ରେ । ଉମରକୋଟ ପୋଲିସ ଜଣେ ନାବାଳକକୁ ଗିରଫ କରିଛି । ନାବାଳକ ଜଣକ ଗଞ୍ଜାମ ଜିଲ୍ଲା ବାଲି ପଦର୍ ଥାନା ଅଞ୍ଚଳର । ଗଞ୍ଜାମ ରୁ ହିଁ ଗିରଫ କରିଛି ପୋଲିସ । ନାବାଳକ ଠାରୁ ନଗଦ ୧ ଲକ୍ଷ ୫ ହଜାର, ଗୋଟିଏ ଲେପ୍ଟପ , ତିନିଟି ATM କାର୍ଡ, ୫ ଟି ଚେକ୍ ବୁକ୍, ୨ ଟି ବ୍ୟାଙ୍କ୍ ପାସ ବୁକ୍, ଓ କିଛି ବୈଦ୍ୟୁତକ ଉପକରଣ ପୋଲିସ, କ୍ରିପ୍ଟ ହେକିଂ ବୁକ୍ ଜବତ କରିଛି ।

ଘଟଣା କ୍ରମରେ ଉମରକୋଟ ବ୍ଲକ ଅଧିନ ମୂର୍ତ୍ତୃମା ପଞ୍ଚାୟତ ର ସାନଖଡ଼କା ଗ୍ରାମର ଗୋକୁଲ ବିଶ୍ୱାସ ନାମକ ଜଣେ ବ୍ୟକ୍ତି ସାଇବର ଠକଙ୍କ ଶିକାର ହେଇଥିଲେ ତାଙ୍କ ଠାରୁ ଠକ ମାନେ ଏକ ଲକ୍ଷ ପାଞ୍ଚ ହଜାର ବତିଶ ଟଙ୍କା ଠକିନେଇଥିବା ନେଇ ଉମରକୋଟ ଥାନାର ଦ୍ୱାରାସ୍ତ ହୋଇଥିଲେ । ମିଲିଥିବ ସୂଚନା ଅନୁଯାୟୀ ୮୨୬୩୯୬୩୧୨୬ ମୋବାଇଲ୍ ନମ୍ବର ରୁ ଗୋକୁଲ ଙ୍କ ମୋବାଇଲ କୁ କଲ ଆସିଥିଲା ଏବଂ ମୁଁ ପେ ନିୟର ବାୟ ବ୍ୟାଙ୍କର ସେଲସ ମେନେଜର କହୁଛି କହିଥିଲା । ଆପଣଙ୍କ ମୋବାଇଲରେ ପେ ନିୟରବାୟ ବ୍ୟାଙ୍କ ଆପ ଡାଉନଲୋଡ଼ ହୋଇଛି ମୁଁ kyc ପଠେଇଛି ଆପଣ ତାକୁ ଅନୁମୋଦନ କରନ୍ତୁ ବୋଲି କହିଥିଲେ ଏବଂ ଉକ୍ତ ବ୍ୟକ୍ତିର କଥାରେ ବିଶ୍ଵାସ କରି ଗୋକୁଲ ଆପ କୁ ଅନୁମୋଦନ କରିଦେଇଥିଲେ ଫଳ ରେ ଅଳ୍ପ ସମୟ ମଧ୍ୟରେ ବ୍ୟକ୍ତିଙ୍କ ବ୍ୟାଙ୍କ ଖାତାରେ ଥିବା ସମସ୍ତ ଏକ ଲକ୍ଷ ପାଞ୍ଚ ହଜାର ବତିଶ ଟଙ୍କା ଠକ ଜଣକ ନେଇଯାଇଥିଲା ।

ଘଟଣାକୁ ନେଇ ଉମରକୋଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପରେ ଗୋକୁଳ ପେ ନୀୟରବାୟ ବ୍ୟାଙ୍କ କୁ ଫୋନକରି ଜାଣିବାକୁ ପାଇଲେ ଉକ୍ତ ଟଙ୍କା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ର ଆକାଉଣ୍ଟ ନମ୍ୱର୍ ୩୪୨୪୭୧୯୭୩୯୮ ଯାହାର ଆଇ ଏଫ୍ ଏସ ଶି କୋଡ଼ ହେଲା SBIN00000O1 ବୋଲି ଗୋକୁଳ ଉମରକୋଟ ଥାନାରେ ଏକ ଅଭିଯୋଗ କରିଥିଲେ । ଅଭିଯୋଗ କୁ ଭିତ୍ତିକରି ଉମରକୋଟ ପୋଲିସ ଓ ସାଇବର ପୋଲିସ ର ସହାୟତା ରେ ନାବାଳକ କୁ ଗିରଫ କରିବାରେ ସଫଳ ହୋଇଛି । ଏଥିରେ ଆଉ କିଏ ସମ୍ପୃକ୍ତ ଅଛନ୍ତି ତାହା ତଦନ୍ତ ପରେ ଜଣା ପଡ଼ିବ ବୋଲି କହିଛନ୍ତି ଉମରକୋଟ ଏସ୍ ଡି ପି ଓ ।