ଓଡିଶା ସାମ୍ବାଦିକସଂଘ ର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

0
113
ଓଡିଶା ସାମ୍ବାଦିକସଂଘ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ଟିଟିଲାଗଡ଼, (୫/୩) : ସ୍ଥାନୀୟ ଡ଼ିଏନ ରିସର୍ଟ ପରିସରରେ ଓଡିଶା ସାମ୍ବାଦିକସଂଘ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ସଂଗଠନ ଜିଲ୍ଲା ସଭାପତି ପ୍ରମୋଦ ସେଲମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଟିଟିଲାଗଡ଼ ଏସଡିପିଓ ଅଙ୍କିତା କୁମ୍ଭାର ମୁଖ୍ୟଅତିଥି ଭାବରେ ଯୋଗଦେଇ ଆପଣ ସାମ୍ବାଦିକମାନେ ଏକ ବିରାଟ ସୁଯୋଗ ପାଇଛନ୍ତି । ନିଜ କଲମରେ ଅସାଧ୍ୟ ସାଧନ କରିବା ସାମ୍ବାଦିକଙ୍କ କ୍ଷମତା ଅଛି । ତେଣୁ ପ୍ରତ୍ୟେକ ବିଷୟରେ ଉପଯୁକ୍ତ ଜ୍ଞାନ ଆହରଣ ସହ ସାମ୍ବାଦିକ ସମାଜ ପାଇଁ ନିଜ ଉତ୍ତର ଦାୟିତ୍ୱ ସିଦ୍ଧ କରନ୍ତୁ ବୋଲି କହିଥିଲେ । ଏହି ଅବସରରେ ଓଡିଶା ସାମ୍ବାଦିକସଂଘ ପକ୍ଷରୁ ବରିଷ୍ଠ ସାମ୍ବାଦିକ ଶରତ ମିଶ୍ର, ଦିଲୀପ ପୁରୋହିତ, ବିଶିଷ୍ଟ ନାରୀନେତ୍ରୀ ଅଞ୍ଜଳି ବେହେରା, ମଦନଲାଲ ଅଗ୍ରୱାଲ, ସମାଜସେବୀ ଟିଟିଲାଗଡ଼ ବ୍ୟବସାୟୀ ସଂଘ ସଭାପତି ଶମ୍ଭୁପ୍ରସାଦ ଗୋଏଲ, ଲେଖିକା ଶର୍ମିଷ୍ଠା ମିଶ୍ରଙ୍କୁ ମୁଖ୍ୟଅତିଥି ଏସଡିପିଓ ଶ୍ରୀମତୀ କୁମ୍ଭାର ସମ୍ବର୍ଦ୍ଧିତ କରିଥିଲେ ।

ସଙ୍ଘର କାର୍ଯ୍ୟକାରିଣୀ ସଦସ୍ୟ ମନୋଜ ଶତପଥୀ, ଲେଖିକା ଶର୍ମିଷ୍ଠା ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସଭାର ଦ୍ଵିତୀୟ ପର୍ଯ୍ୟାୟରେ ବଲାଙ୍ଗୀର ଜିଲ୍ଲା ଓଜେୟୁ ସଂଘ ପକ୍ଷରୁ ସାମ୍ବାଦିକ ମାନସ ମହାନ୍ତି, ସଞ୍ଜୟ ବେହେରା, ସନତ ପାଢ଼ୀଙ୍କୁ ଓଜେୟୁ ରାଜ୍ୟ ସଭାପତି ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ବଲାଙ୍ଗିର ଜିଲ୍ଲା ଓଜେୟୁ ନୂତନ କମିଟି ଚୟନ କରାଯାଇଥିଲା । ସଭାପତି ଭାବରେ ପ୍ରମୋଦ ସେଲମା, ଉପସଭାପତି ମନୋଜ ମିଶ୍ର ଏବଂ ଶରତ ଚନ୍ଦ୍ର ପୁଟେଲ, ସାଧାରଣ ସମ୍ପାଦକ ସୁଧୀର ଦାଶ, ଯୁଗ୍ମ ସମ୍ପାଦକ ପ୍ରକାଶ ପ୍ରଧାନ ଏବଂ ରଶ୍ମିରଞ୍ଜନ ପୁଟେଲ, କାର୍ଯ୍ୟକାରୀ ସଭାପତି କୃଷ୍ଣଚନ୍ଦ୍ର ପାଣିଗ୍ରାହୀ, ସଙ୍ଘର ବଲାଙ୍ଗୀର ଉପଖଣ୍ଡ ସଂଗଠକ ନୀଳମଣି ବିଶ୍ଵାଲ, ସଞ୍ଜୟ ମିଶ୍ର, ପାଟଣାଗଡ଼ ଉପଖଣ୍ଡ ଆଲୋକ ପାଣିଗ୍ରାହୀ ଏବଂ ନିର୍ମଲ ପୁଟେଲ, ଟିଟିଲାଗଡ଼ ଉପଖଣ୍ଡ ମନୋଜ ଶତପଥୀ, ପ୍ରମୋଦ ବେହେରା, ଜୁଲୁ ମହାପାତ୍ରଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା ।

ଏହି ଅବସରରେ ସଙ୍ଘର ରାଜ୍ୟ ସଭାପତି ଶ୍ରୀ ପ୍ରହରାଜ, ସମ୍ପାଦକ କେ ଶ୍ରୀନିବାସ ରାଓ, ଉପସଭାପତି ସୁଶାନ୍ତ ମହାପାତ୍ର ଉଦବୋଧନ ଦେଇ ଦେଶର ଅନ୍ୟ ରାଜ୍ୟ ତୁଳନାରେ ଆମ ରାଜ୍ୟ ସରକାର କାର୍ଯ୍ୟରତ ସାମ୍ବାଦିକଙ୍କ କଲ୍ୟାଣ ନେଇ ନିରୁତ୍ସାହିତ କରିଥିବା ଅଭିଯୋଗ କରିଥିଲେ । ଓଡିଶା ସାମ୍ବାଦିକ ସଙ୍ଘ ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟରେ ସାମ୍ବାଦିକ ସୁରକ୍ଷା, ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମା ରାଶି ବୃଦ୍ଧି, ମୃତ୍ୟୁକାଲିନ ସହାୟତା ୪ରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି, ପେନସନ, କମ ସୁଧରେ ସାମ୍ବାଦିକଙ୍କୁ ଗୃହ ଏବଂ ଯାନବାହାନ କ୍ରୟ ଋଣ, ଭୂମିହୀନ ସାମ୍ବାଦିକଙ୍କୁ ଯୁଦ୍ଧକାଲିନ ଭିତ୍ତିରେ ଜମି ଏବଂ ଆବାସ ପ୍ରଦାନ, ରାଜ୍ୟସ୍ତରୀୟ ସାମ୍ବାଦିକ କଲ୍ୟାଣ ବୋର୍ଡରେ ରାଜ୍ୟ ସ୍ତରୀୟ ସାମ୍ବାଦିକଙ୍କୁ ସାମିଲ କରିବାକୁ ସଂଗଠନ ଦାବି କରିଛି । ଏହି ଦାବି ପ୍ରତି ସରକାର ତୁରନ୍ତ ବିଚାର କରିବାକୁ ରାଜ୍ୟ ସଭାପତି ଦାବି କରିଛନ୍ତି ।