ଦୋକାନୀ ଙ୍କୁ ଆକ୍ରମଣ କରି ଟଙ୍କା ଲୁଟ ଅଭିଯୋଗରେ ୨ କୋର୍ଟ ଚାଲାଣ

0
93
ଦୋକାନୀ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୧/୦୩) : ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ତରଭା ପୁଲିସ ଜଣେ ଦୋକାନୀ ଙ୍କୁ ଆକ୍ରମଣ କରି ଟଙ୍କା ଲୁଟ ମାମଲାରେ ଦୁଇ ଜଣ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରିଥିବା ଆଜି ତରଭା ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ସୋନପୁର ଏସ ଡି ପି ଓ ପୁଷ୍ପାଞ୍ଜଳି ନିଙ୍ଗୀ ସୂଚନା ଦେଇଛନ୍ତି ।

ଅଭିଯୁକ୍ତ ଦୁଇଜଣ ହେଲେ ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ଥାନା ଅଧିନସ୍ଥ ତଲଗଜ ଗ୍ରାମର ରଞ୍ଜିତ ତାଣ୍ଡି (୨୭) ଓ ବେହେରାପାଲି ର ରାଜ ରତନ ନାଗ (୨୫) । ପୁଲିସ ସୁତ୍ରରୁ ପ୍ରକାଶ ଯେ ଗତ ୯ ତାରିଖ ଗୁରୁବାର ରାତ୍ର ୧ ଘଣ୍ଟା ସମୟରେ ବାଲିଖମାର ପଞ୍ଚାୟତ ଅଧିନସ୍ଥ ବୁରୋମୁଣ୍ଡା ଗ୍ରାମ ଛକ ରେ ଦୋକାନ କରି ବ୍ୟବସାୟ କରୁଥିବା ରିଙ୍କୁ ରଣା (୨୭) ଓ ତାଙ୍କର ବାପା ସୁଧୀର ରଣା ଦୋକାନ ରେ ଶୋଇଥିଲେ । ରାତ୍ର ୧ ଘଣ୍ଟା ସମୟରେ ଏକ ବାଇକ ରେ ଦୁଇଜଣ ଯୁବକ ଆସି ଦୋକାନୀ ଙ୍କୁ କବାଟ ବାଡେଇ ଉଠାଇବା ସହ ପେଟ୍ରୋଲ ଓ ସିଗାରେଟ ମାଗିଥିଲେ । ଦୋକାନୀ କବାଟ ଖୋଲି ୪ ଲିଟର ପେଟ୍ରୋଲ ଓ ସିଗାରେଟ ଦେଇ ପଇସା ମାଗିବାରୁ ସେମାନେ ଏକ ତଲବାର (ମାରଣାସ୍ତ୍ର) ରେ ରିଙ୍କୁ ର ବାପା ସୁଧୀର ରଣା କୁ ଏକ ତଲବାର ରେ ଆକ୍ରମଣ କରିବା ସହ ସେ  ଧରିଥିବା ମନିପର୍ସ ଯେଉଁଥିରେ ୪୦୦୦ ଟଙ୍କା ସହ , ଏ ଟି ଏମ କାର୍ଡ, ପାନ କାର୍ଡ ଓ ଗୋଟିଏ ଆଧାର କାର୍ଡ ଥିଲା । ସେ ସବୁ ସେମାନେ ଧରି ପଳାଇ ଯାଇଥିଲେ । ଗତ ୧୦ ତାରିଖ ଶୁକ୍ରବାର ଦିନ ରିଙ୍କୁ ରଣା ତରଭା ଥାନା ରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ତରଭା ଥାନା କେସ ନ.48 dt 10//03/23( U/s 457/394 IPC /25/27)ରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିଲା ।

ପୁଲିସ କୌଣସି ବିଶ୍ଵସ୍ଥ ସୂତ୍ରରୁ ଖବର ପାଇ ଉକ୍ତ ଅଞ୍ଚଳରେ ପେଟ୍ରୋଲିଙ୍ଗ କରୁଥିବା ବେଳେ କୁଲତାପଡା ଅଞ୍ଚଳରୁ ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲେ । ପୁଲିସ ଅଭିଯୁକ୍ତ ମାନେ ବ୍ୟବହାର କରୁଥିବା ୟାମାହା ମୋଟର ସାଇକେଲ ନଂ .ଓଡି-୦୩-ଏସ-୯୦୬୩ ( ଇଂଜିନ ନଂ. G3M5EOO57801 ଏବଂ chassis ନଂ. MEIG6628LOO57621) କୁ ଜବତ କରିବା ସହିତ ତାଙ୍କ ପାଖରୁ ଏକ ମୋବାଇଲ, (sim ନଂ.9937560611), ଏକ କାଠ ବେଣ୍ଟ ଲାଗିଥିବା ୨ ଫୁଟ ୩ ଇଞ୍ଚ ର ତଲବାର, ନଗଦ ୧୧୪୦ ଟଙ୍କା, ଗୋଟିଏ ହାତର ଲୁହା ମୁଠି, ଗୋଟିଏ ମନିପର୍ଶ ଜବତ କରିଛି । ଏହି ଚଢ଼ଉ ସମୟରେ ଏସ ଆଇ ଯଜାତି କେଶରୀ ସାହୁ, ଏଏସ ଆଇ ନିମାଇଁ ଚରଣ ବାରିକ, ଓ ଏ ପି ଏଫ ବିମଲ ପଧାନ, ଓ ଏ ପି ଏଫ କବିରାଜ କହଁର ପ୍ରମୁଖ ସାମିଲ ହୋଇଥିଲେ l ଏସ ଆଇ ଅନିଲ କୁମାର ବାରିକ ଏହି ଘଟଣା ର ତଦନ୍ତ କରୁଥିବା ସୂଚନା ମିଳିଛି ।