ଟିଟିଲାଗଡ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ, ଗରୀବ ଗର୍ଭବତୀ ମହିଳା ଖର୍ଚ୍ଚାନ୍ତ ର ଶିକାର 

0
136
ଟିଟିଲାଗଡ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୧୧/୦୩) : ଆଦିବାସି ଅଧ୍ୟୁଷିତ, ଗରିବ ତଥା ନିରକ୍ଷର ଜିଲ୍ଲା ରୁପେ ପରିଚିତ ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ ମୁଖ୍ୟ ଉପଖଣ୍ଡ ଚିକିତ୍ସାଳୟ ଜିଲ୍ଲା ର କେନ୍ଦ୍ର ବିନ୍ଦୁ ଅଟେ ।

ପଡୋଶୀ ଜିଲ୍ଲା ସହ ଦୁର, ଦୁରାନ୍ତ ରୁ ବିଭିନ୍ନ ପ୍ରକାରର ସମସ୍ୟା ଥାଇ ସୁଦ୍ଧା ଏହି ଚିକିତ୍ସାଳୟ ଉପରେ ସ୍ତ୍ରୀ ଓ ପ୍ରସୂତି ମହିଳା ବର୍ଗ ନିର୍ଭର କରୁଥିବା ବେଳେ ଏଠି ଜଣେ ମାତ୍ର ଏହି ବିଭାଗ ବିଶେଷଜ୍ଞ ଡାକ୍ତର ବଳରାମ ସାହୁ ରହିଛନ୍ତି । ସ୍ଵାସ୍ଥ୍ୟ ସେବା ଓ ବିଶେଷ କରି ଗର୍ଭବତୀ ମହିଳା ଘରୋଇ ନର୍ସିଂ ହୋମ ଅବା ବଲାଙ୍ଗୀର, ବୁର୍ଲା ଭଳି ଦୁର, ଦୂରାନ୍ତ କୁ ଯାଇ ଚିକିତ୍ସିତ ହେବା ପାଇଁ ଅକ୍ଷମ ଥିବା ଓ ଉକ୍ତ ସମୟ ସୀମାରେ ଉଭୟ ଗର୍ଭବତୀ ମହିଳା ଓ ଶିଶୁ ଙ୍କ ଜୀବନ ପ୍ରତି ବିପଦ ରହୁଛି । ଏଭଳି ସ୍ଥିତି ରେ ଟିଟିଲାଗଡ ଡାକ୍ତରଖାନା ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ବଳରାମ ସାହୁ ପ୍ରତି ଦିନ ସାତ, ରୁ ଆଠ ଗୋଟି ପ୍ରସୂତୀ ମହିଳା ଙ୍କ ଅସ୍ତ୍ରୋପଚାର କରି ଆସୁଛନ୍ତି । ପୂର୍ବେ ଅସ୍ତ୍ରୋପଚାର ନିମନ୍ତେ ବଲାଙ୍ଗୀର, ବୁର୍ଲା ଭଳି ସ୍ଥାନକୁ ଗୁରୁତର ଅବସ୍ଥାରେ ସ୍ଥାନାନ୍ତର କରାଯାଉଥିଲା ।

ସେହିପରି ସରକାରୀ ଭାବେ ୪୦୦ ରୁ ୫୦୦ ସହ ଗର୍ଭବତୀ ଙ୍କ ଅଲଟ୍ରା ସାଉଣ୍ଡ ମାଗଣା ରେ କରାଯାଉଥିବାବେଳେ ତାହା ବିଗତ ସମୟ କ୍ରମେ ମାତ୍ର ସହେ, ଦେଢ଼ ସହ ମହିଳାଙ୍କ ହୋଇ ପାରିଛି । ବି, ଦ୍ର: ଏହି ବିଭାଗ ବିଶେଷଜ୍ଞ ଡାକ୍ତର ଙ୍କୁ ବହିର ବିଭାଗ ଦାୟୀତ୍ବ ପ୍ରଦାନ କରାଯାଇ ଆସୁଛି । ଫଳରେ ପାଞ୍ଚ ଶହ ରୁ ସାତ ଶହ ଟଙ୍କା ଖର୍ଚ୍ଚ କରି ଗର୍ଭବତୀ ମହିଳା ଘରୋଇ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା କରିବାକୁ ବାଧ୍ୟ ହେଉଛନ୍ତି । ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଡାକ୍ତର, କର୍ମଚାରୀ ପଦବୀ ମାନ ଖାଲି ପଡ଼ିଥିବା ବେଳେ ଭଗବାନ ଭରଷାରେ ଏହି ଡାକ୍ତର ଖାନା ଚାଲିଥିବା ବେଳେ ଏହି ସ୍ତ୍ରୀ ଓ ପ୍ରସୂତି ବିଭାଗ ବିଶେଷଜ୍ଞ ଙ୍କୁ ବାହ୍ୟ ବିଭାଗ ରେ ନିୟୋଜିତ ନ କରିବା ଓ ଅନ୍ୟ ଅବ୍ୟବସ୍ଥା ଗୁଡିକ ର ପ୍ରତିକାର ବ୍ୟବସ୍ଥା କରିବା ପାଇଁ ବିଭିନ୍ନ ମହଲ ରେ ଦାବି ହେଉଛି ।