ଶିକ୍ଷକ ସମେତ ୩୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଆହତ

0
95
ଶିକ୍ଷକ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କେନ୍ଦୁଝର, (୧୩/୦୩) : ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ମହୁମାଛି ଆକ୍ରମଣ । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବାଳିକା ଉଚ୍ଚ ବିଦ୍ୟାଳୟରେ ମହୁମାଛି ଆକ୍ରମଣରେ ଜଣେ ଶିକ୍ଷକ ସମେତ ୩୦ ରୁ ଉର୍ଦ୍ଧ୍ୱ ଛାତ୍ରୀ ଆହତ ହୋଇଛନ୍ତି ।

ବିଦ୍ୟାଳୟକୁ ମାଟ୍ରିକ ପରୀକ୍ଷା ଦେବାକୁ ଯିବା ସମୟରେ ବିଦ୍ୟାଳୟ ନିକଟରେ ମହୁମାଛି ଆକ୍ରମଣ କରିଥିଲେ । ଆହତ ଶିକ୍ଷକ ହେଉଛନ୍ତି ନିକଟସ୍ଥ ପିଟାପିଟି ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟ ର କିଶୋର ଚନ୍ଦ୍ର ମହାନ୍ତି । ତାଙ୍କୁ ୧୦ରୁ ଉର୍ଦ୍ଧ୍ୱ ମହୁମାଛି ଆକ୍ରମଣ କରିଛନ୍ତି । ହରିଚନ୍ଦନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ତାଙ୍କର ଚିକିତ୍ସା କରାଯାଇଛି । ଅନ୍ୟ ପକ୍ଷରେ ସମସ୍ତ ଛାତ୍ରୀଙ୍କ ମେଡିକାଲରେ ଚିକିତ୍ସା ପରେ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି । ତେବେ ସମସ୍ତେ ବିପଦମୁକ୍ତ ଥିବା ଜଣାପଡିଛି ।