ନିରୀହ ଯୁବକଙ୍କୁ ହାଜତ ଭିତରେ ଦେଲେ ଶାରୀରିକ ଓ ମାନସିକ ନିର୍ଯ୍ୟାତନା

0
111
ନିରୀହ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଜଗତସିଂହପୁର, (୧୩/୦୩) : ଜଗତସିଂହପୁର ସଦର ପୋଲିସର ବର୍ବରତା । ମାନବିକତା ଭୁଲିଗଲେ ପୋଲିସ କର୍ମଚାରୀ । ନିରୀହ ଯୁବକଙ୍କୁ ହାଜତ ଭିତରେ ଦେଲେ ଶାରୀରିକ ଓ ମାନସିକ ନିର୍ଯ୍ୟାତନା

ସୂଚନା ଅନୁସାରେ, ଗତ ୪ ତାରିଖ ଦିନ ରାତ୍ରିରେ ତରଡାପଡ଼ା ଗ୍ରାମର ରଶ୍ମିରଞ୍ଜନ ମଲ୍ଲିକଙ୍କ ପୁଅ ନିହାର ରଞ୍ଜନ ମଲ୍ଲିକଙ୍କୁ ଏକ ମିଥ୍ୟା ଚୋରି ଘଟଣା ରେ ଥାନାକୁ ଆଣିଥିଲେ । ଥାନାରେ ତିନି ଦିନ ଧରି ନିହାରଙ୍କୁ ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଦେଇଥିବା ଅଭିଯୋଗ ହୋଇଛି । ପୋଲିସ ର ଥାର୍ଡ ଡିଗ୍ରୀ ରେ ଶରୀର ର ବିଭିନ୍ନ ଅଙ୍ଗ ରେ ମାଡ଼ର ଚିହ୍ନ ଦେଖିବାକୁ ମିଳିଛି । ପୋଲିସ ନିରୀହ ଯୁବକ ଙ୍କୁ ଏଭଳି ଶାରୀରିକ ନିର୍ଯ୍ୟାତନା ଦେଇଛି ଯେ ଯୁବକ ଜଣକ ଚାଲି ମଧ୍ୟ ପାରୁନାହାନ୍ତି । ଅନ୍ୟପଟେ ଏହି ଘଟଣା କୁ ନେଇ ସ୍ଥାନୀୟ ଲୋକେ ଏହାକୁ ବିରୋଧ କରି ପୂର୍ବରୁ ଥାନା ପରିସର ରେ ପ୍ରତିବାଦ କରିଥିବା ମଧ୍ୟ ଦେଖିବାକୁ ମିଳିଥିଲା ।