ବିଶ୍ୱ ଖାଉଟି ଅଧିକାର ଦିବସ ପାଳିତ

0
124
ବିଶ୍ୱ ଖାଉଟି

ରିପୋର୍ଟ : ପ୍ରେମାନନ୍ଦ ନାଏକ
ସୁବର୍ଣ୍ଣପୁର, (୧୬/୦୩) : ସୁବର୍ଣ୍ଣପୁର ଜିଲ୍ଲା ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ରେଆର ଓ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ବିଭାଗ ଓଡ଼ିଆ ସରକାର ଙ୍କ ସହାୟତା ରେ ସ୍ଥାନୀୟ ଏନ୍ ଯି ଓ ସି ସି ହଲ୍ ଠାରେ ବିଶ୍ୱ ଖାଉଟି ଅଧିକାର ଦିବସ ପାଳିତ ହୋଇଯାଇଛି ।WhatsApp Image 2023 03 15 at 19.05.02 ବିଶ୍ୱ ଖାଉଟି ଅଧିକାର ଦିବସ ପାଳିତ

ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଖାଉଟି ଆୟୋଗ ର ସଭାପତି ଉପାନନ୍ଦ ପୁରୋହିତ ଯୋଗ ଦେଇ ଖାଉଟି ଅଧିକାର ଓ ଆଜି ଦିବସ ପାଳନ ଉଦ୍ଦେଶ୍ୟରେ ଉପସ୍ଥାପନ କରିଥିଲେ । ରେଆର ର ପ୍ରତିଷ୍ଠାତା ଗୌରୀଶିଆମ୍ ପଣ୍ଡା ଯୋଗ ଦେଇ ଖାଉଟି ଅଧିକାର ଅଧିନିୟମର ସାରାଂଶ ବିଷୟରେ ଆଲୋଚନା କରିଥିଲେ । ବିଶ୍ୱ ଖାଉଟି ଅଧିକାର ଦିବସ ରେ ଅନ୍ୟତମ ଅତିଥି ଭାବରେ ଅତିରିକ୍ତ ଖାଦ୍ୟ ଯୋଗାଣ ଅଧିକାରୀ ଲଲିତ ମୋହନ ପଟ୍ଟନାୟକ ଯୋଗ ଦେଇ କ୍ଲିନ୍ ଏନର୍ଜି ଆଜି ର ଦିନରେ କଣ ଆବଶ୍ୟକତା ରହିଛି ସେ ବିଷୟରେ ଆଲୋଚନା କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଖାଦ୍ୟ ନିରାପତ୍ତା ଅଧିକାରୀ ସସ୍ମିତା ନାଏକ ଯୋଗ ଦେଇ ଖାଉଟି ମାନେ ଠିକ୍ ଜିନିଷ କୁ ବାଛି ନିଛି କିଣିବା ଓ ଜିନିଷ କିଣିବା ବେଳେ ବିଲ୍ ମାଗିବାକୁ ପରାମର୍ଶ ଦେଇଥିଲେ । ରେଆର ସାଧାରଣ ସମ୍ପାଦକ ଅନନ୍ଗ ନେଗୀ ସଭା ସଞ୍ଜଯୋନା କରିଥିବାବେଳେ ଖାଉଟି ପରାମର୍ଶ କେନ୍ଦ୍ର ର ପରାମର୍ଶଦାତା ସୁଦାମ ଗାଇଗରିଆ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ଯୋଶଦା ଦେବୀ ନର୍ସିଂ ସ୍କୁଲ, ସରକାରୀ ଏ ଅନ୍ ଅମ୍ ତାଲିମ୍ କେନ୍ଦ୍ର, ସୋନପୁର କଲେଜ ଏନ୍ ସି ସି ଲେପ୍ଟନେଣଟ୍ ଆଶିଷ କୁମାର ଅଗ୍ରୱାଲ ଓ ଛାତ୍ର ଛାତ୍ରୀ ଓ ରେଆର ର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।