ପୋଲିସ କନେଷ୍ଟବଳ ଗଞ୍ଜେଇ ଚାଲାଣରେ ଗିରଫ

0
87
ପୋଲିସ କନେଷ୍ଟବଳ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ମାଲକାନଗିରି, (୨୦/୦୩) : ପୁଣି ଖାକିରେ ଲାଗିଲା କଳା ଦାଗ । ପୁଣି ଜଣେ ପୋଲିସ କନେଷ୍ଟବଳ ଗଞ୍ଜେଇ ଚାଲାଣରେ ଗିରଫ ହୋଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ମାଲକାନଗିରି ଥାନା ମାର୍କାପାଲ୍ଲୀ ଠାରେ ଜଣେ ଗଞ୍ଜେଇ ବେପାରୀ ଶରତ ଚନ୍ଦ୍ର ହନ୍ତାଳ ଗଞ୍ଜେଇ ଚାଲାଣ କରୁଥିବା ଖବର ମିଳିବା ପରେ ମାଲକାନଗିରି ଏସ୍‌.ଡି.ପି.ଓ ଘଟଣା ସ୍ଥଳରେ ପହଞ୍ଚି ଗଞ୍ଜେଇ ଜବତ କରି ଶରତକୁ ଗିରଫ କରିଥିଲୋ । ତେବେ ଶରତ ଚନ୍ଦ୍ର ବୟାନ ଅନୁଯାୟୀ ଏହି ଗଞ୍ଜେଇକୁ ମାଲକାନଗିରି ପୋଲିସ କନେଷ୍ଟବଳ ମନୋଜ କୁମାର ମୁଦୁଲିଙ୍କ ସହାୟତାରେ ଗଞ୍ଜେଇ ଚାଲାଣ ହେଉଥିବା ପ୍ରକାଶ କରିଥିଲେ । ଏହାପରେ ଏସଡିପିଓ ଘଟଣାର ତଦନ୍ତ କରି ମନୋଜକୁ ମଧ୍ୟ ଗିରଫ କରି କୋର୍ଟଚାଲାଣ କରିଥିବା ଜଣାପଡ଼ିଛି । ଏ ନେଇ ମାଲକାନଗିରି ଥାନା ଅଧିକାରୀ ରିଗନ କିଣ୍ଡୋଙ୍କୁ ପଚାରିବାରୁ ସେ ଘଟଣାକୁ ସ୍ଵୀକାର କରିଛନ୍ତି । ବଡ ପ୍ରଶ୍ନ ଉଠୁଛି, ସୁରକ୍ଷା ଦେଉଥିବା ବ୍ୟକ୍ତି ଯଦି ଏପରି କରିବ ତେବେ ସାଧାରଣ ଲୋକେ କରିବେ କ’ଣ ।