ଜିଆଇ ଇ ଟି ବିଶ୍ୱବିଦ୍ୟାଳୟ ରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର, ୮୦ ୟୁନିଟ ରକ୍ତ ସଂଗ୍ରହ

0
103
ଜିଆଇ ଇ ଟି ବିଶ୍ୱବିଦ୍ୟାଳୟ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୨୨/୦୩) : ସ୍ଥାନୀୟ ଜିଆଇ ଇ ଟି ବିଶ୍ୱବିଦ୍ୟାଳୟ ର ଜାତୀୟ ସେବା ଯୋଜନା ପକ୍ଷରୁ ଆଜି ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଵିଶ୍ଵବିଦ୍ୟାଳୟ ପରିସର ଅନୁଷ୍ଠିତ ହୋଇଯାଇଛି ।WhatsApp Image 2023 03 22 at 14.53.54 ଜିଆଇ ଇ ଟି ବିଶ୍ୱବିଦ୍ୟାଳୟ ରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର, ୮୦ ୟୁନିଟ ରକ୍ତ ସଂଗ୍ରହ

ଏହି ଶିବିରରେ ୮୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଏହି ଶିବିରକୁ ଜିଆଇ ଇ ଟି ବିଶ୍ୱବିଦ୍ୟାଳୟ ର ରେଜିଷ୍ଟ୍ରାର ଡ ଏନ.ଭି. ଜେ.ରାଓ, ସ୍କୁଲ ଅଫ ଇଂଞ୍ଜିନିୟରିଙ୍ଗ ଆଣ୍ଡ ଟେକ୍ନୋଲୋଜି ଡିନ ଏ. ବି .ଶ୍ରୀନିବାସ ରାଓ, ସ୍କୁଲ ଅଫ ମ୍ୟାନେଜମେଣ୍ଟ ଡିନ ଡ. ଜଗଦୀଶ ଏମ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଶିବିରର ଶୁଭ ଉଦଘାଟନ କରିଥିଲେ । ଏହି ଶିବିରକୁ ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଡ଼ଃ ପ୍ରେମାନଶୁ ଶେଖର ରଥ, ଡ ଏସ ଏସ ପାଢ଼ୀ, ସୁନିଲ କୁମାର ବେବର୍ତ୍ତା , ଅଧ୍ୟାପକ ବାଣୀ ପ୍ରସାଦ ନାୟକ, ପ୍ରମୋଦ ରଂଜନ ପଣ୍ଡା, ଗୋପାଳ କୃଷ୍ଣ ମହାନ୍ତି, ବର୍ଷା ଦାସ, ଘନିଷ୍ଟା ପୃଷ୍ଟି, ପ୍ରମୁଖ ଶିବରକୁ ପରିଚାଳନା କରିଥିଲେ । ଗୁଣୁପୁର ରକ୍ତ ଭଣ୍ଡାରର ଡାକ୍ତର ସ୍ୱାସ୍ଵତ ପରିଡ଼ା ଟେକ୍ନିସୀୟାନ ରାକେଶ କୁମାର ପଣ୍ଡା , ଚନ୍ଦ୍ର ଶେଖର ପାତ୍ର, ରାଧାକାନ୍ତ ମହାନ୍ତି ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ । ଏହି ଶିବିରରେ ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗ ଦେଇ ଉତ୍ସାହ ସହ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ ।