ଚୈତ୍ର ମାସରେ ଧାରା ଶ୍ରାବଣ ମାସ ଭଳି ବର୍ଷା : ପଶ୍ଚିମା ଝଡ଼ ର ପ୍ରଭାବ

0
89
ଚୈତ୍ର

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୮/୩) : କାଶୀନଗର ତଥା ଏହାର ଆଖ ପାଖ ଅଞ୍ଚଳରେ ଆଜି ଚୈତ୍ର ମାସରେ ଧାରା ଶ୍ରାବଣ ମାସ ଭଳି ବର୍ଷା ହେଲା ।

ଚୈତ୍ର ମାସରେ ଧାରା ଶ୍ରାବଣ ମାସ ଭଳି ବର୍ଷା । ଆଜି ଅପରାହ୍ନ ସାଢେ ଚାରିଟାରୁ ଏହି ପଶ୍ଚିମା ଝଡ଼ ଆରମ୍ଭ ହୋଇ ସାଢେ ଛୋଟା ପର୍ଯ୍ୟନ୍ତ ଅପରିଜାପ୍ତ ବର୍ଷା ହୋଇଥିବା ଯୋଗୁଁ କାଶୀନଗର ସହରର ସମସ୍ତ ରାସ୍ତା ସାରା ବର୍ଷା ପାଣି ବୋହି କୁତ୍ରିମ ଝରଣା ସୃଷ୍ଟି ହୋଇଥିବା ଭ୍ରାମ ସୃଷ୍ଟି ହୋଇଥିଲା । ଏହି ବର୍ଷା ହେବା ଦ୍ୱାରା ଯେଉଁ ଚାଷୀ ମାନେ ରାଶି ଫସଲ କରିଥିଲେ ସେମାନେ ମୁଣ୍ଡରେ ହାତ ଦେଇ ପ୍ରକୃତି କୁ ନିନ୍ଦା କରୁଛନ୍ତି । ଏହି ବର୍ଷା ଦୀର୍ଘ ସମୟ ହେବା ଯୋଗୁଁ ଏ ବର୍ଷ ଭଲ ଆମ୍ବ ଗଛରେ ଆସି ଥିଲା କିନ୍ତୁ ସବୁ ନଷ୍ଟ ହୋଇ ଗଲା । ପଶ୍ଚିମା ଝଡ଼ କାଶୀନଗର ପାଇଁ ଏକ ପ୍ରକାର ଅଭିଶାପ ପାଲଟିଲା । ବିରି, ମୁଗ, ରାଶି, ସହ ବିଭିନ୍ନ ପନିପରିବା ଓ ଫୁଲ ଚାଷ ବିଗିଡି ଯାଇଛି ।