ଶ୍ରୀରାମ ନବମୀ ର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

0
87
ଶ୍ରୀରାମ ନବମୀ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୩୦/୦୨) : ଆଜି ପବିତ୍ର ରାମ ନବମୀ । ଶ୍ରୀରାମ ନବମୀର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଦେଶବାସୀଙ୍କୁ ଶ୍ରୀରାମ ନବମୀର ଶୁଭକାମନା ଜଣାଇଲେ ପ୍ରଧାନମନ୍ତ୍ରୀ । ତ୍ୟାଗ, ତପସ୍ୟା, ସଂଯମତା, ସଂକଳ୍ପ ଉପରେ ଆଧାରିତ ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ରାମଚନ୍ଦ୍ରଙ୍କ ଜୀବନ । ରାମଚନ୍ଦ୍ରଙ୍କ ଜୀବନୀ ମାନବ ଜାତି ପାଇଁ ପ୍ରେରଣାର ଉତ୍ସ ହେଉ ବୋଲି ଟ୍ବିଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ । ଆଜି ପବିତ୍ର ରାମ ନବମୀ । ମର୍ଯ୍ୟାଦା ପୁରୁଷ ଭଗବାନ ଶ୍ରୀରାମଙ୍କ ଜନ୍ମଦିନ । ଆଜିର ଦିନରେ ପାପର କ୍ଷୟ ପାଇଁ ଧରାପୃଷ୍ଠକୁ ଓହ୍ଲାଇଥିଲେ ଶ୍ରୀରାମ । ଶ୍ରୀରାମଙ୍କ ଜନ୍ମଦିନ ପାଳନ ନେଇ ଉତ୍ସବମୁଖର ହୋଇଉଠିଛି ସାରା ଦେଶ । ଭକ୍ତ ଓ ଭଗବାନଙ୍କ ମଧ୍ୟରେ ମହା ମିଳନର ଦିନ । ମନ୍ଦିରରେ ଶ୍ରୀରାମଙ୍କ ପୂଜାପାଠ ସହ ହେଉଛି ହୋମ ଯଜ୍ଞ । ବିଭିନ୍ନ ରାମ ମନ୍ଦିରରେ ସ୍ୱତନ୍ତ୍ର ରୀତିନିତିରେ ପୂଜା ଚାଲିଥିବା ବେଳେ ଭକ୍ତଙ୍କର ପ୍ରବଳ ଭିଡ ଜମୁଛି । ଶ୍ରଦ୍ଧାଳୁ ଆବେଗ ସହ ଭଗବାନ ଶ୍ରୀରାମଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରୁଛନ୍ତି । ଦେଶର ବିଭିନ୍ନ ସ୍ଥାନରେ ରାମ ଜନ୍ମୋତ୍ସବ ପାଳନ କରଯାଉଛି । ରାମ ଜନ୍ମୋତ୍ସବ ପାଇଁ ସାରା ଦେଶ ଉତ୍ସବମୁଖର ହୋଇ ଉଠିଥିବା ବେଳେ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।