ବରଯାତ୍ରୀ ବୋଲେରୋ ଓଲଟି ୬ ମୃତ

0
131
ବରଯାତ୍ରୀ ବୋଲେରୋ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସମ୍ବଲପୁର, (୩୧/୦୩) : ସମ୍ବଲପୁର ରେ ବଡ଼ ଦୁର୍ଘଟଣା । ବରଯାତ୍ରୀ ବୋଲେରୋ ଓଲଟି ୬ ମୃତ୍ୟୁବରଣ କରିଥିବା ଜଣାପଡିଛି ।

ଏହା ସହ ୪ ଗୁରୁତର ଥିବା ସୂଚନା ରହିଛି । ସମ୍ବଲପୁର ଶାସନ କେନାଲରେ ବରଯାତ୍ରୀ ବୋଲେରୋ ଗାଡି ଖସି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ହିଁ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ମାନେ ଅଜିତ ଖମରି, ଦିବ୍ୟ ଲୁହା, ସରୋଜ ସେଟ, ସୁମନ୍ତ ଭୋଇ, ସୁବ୍ରତ ଭୋଇ, ରମାକାନ୍ତ ଭୂୟାଁ ଗୁରୁତର ଆହତ ମାନଙ୍କୁ ସମ୍ବଲପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଗାଡିରେ ଥିବା ଆଉ ଜଣେ ଯାତ୍ରୀଙ୍କର ବର୍ତ୍ତମାନ ପର୍ଯ୍ୟନ୍ତ ପତ୍ତା ମିଳିନାହିଁ । ଗତକାଲି ଝାରସୁଗୁଡା ଜିଲ୍ଲା ବଡ଼ଧରା ଗାଁ ରୁ ସମ୍ବଲପୁର ଜିଲ୍ଲା ପରମାଣପୁର ଅଞ୍ଚଳ କୁ ବରାଯାତ୍ରୀ ଦଳ ଯାଇଥିଲେ । ତେବେ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା ଘଟି ୬ ଜଣଙ୍କ ଅକାଳ ବିୟୋଗ ଘଟିଛି । ଶାସନ ପୋଲିସ ଘଟଣା ସ୍ଥଳରେ ପହଞ୍ଚି କେନାଲ ରୁ ବୋଲେରୋ ଗାଡି ଉଦ୍ଧାର କରି ତଦନ୍ତ ଚଳାଇଛି ।