ମହାସମାରୋହରେ ଉତ୍କଳ ଦିବସ ପାଳିତ 

0
151
ମହାସମାରୋହରେ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୨/୦୪) : ମହାସମାରୋହରେ ଉତ୍କଳ ଦିବସ ପାଳିତ । କଥାରେ ଅଛି ” ଦେଶ ଭିତରେ ଭାରତ, ରାଜ୍ୟ ଭିତରେ ଓଡ଼ିଶା, ଭାଷା ଭିତରେ ଓଡ଼ିଆ ସବୁଠୁ ବଢିଆ , ଗରଵେ କୁହ ମୁଁ ଓଡ଼ିଆ ।”

ଏହି ଦିନଟି ଆମ ଦେଶ ପ୍ରଗତିରେ, ଓଡ଼ିଶା ଓ ଓଡ଼ିଆ ଜନସାଧାରଣଙ୍କ ଏବଂ ସଂସ୍କୃତିର ସମୃଦ୍ଧ ଅବଦାନକୁ ଜାଣିବାର ଅବସର । ଏହି ପବିତ୍ର ଉତ୍କଳ ଦିବସଟି ପ୍ରତ୍ୟେକ ଓଡିଆଙ୍କ ପାଇଁ ଗର୍ବ ଓ ଗୌରବର ଦିନଟିଏ । ୧୯୩୬ ମସିହା, ଏପ୍ରିଲ ୧ ତାରିଖରେ ଓଡ଼ିଶାକୁ ମିଳିଥିଲା ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ମାନ୍ୟତା । ଏହା ଭିତରେ ବିତିଯାଇଛି ଦିର୍ଘ ୮୭ ବର୍ଷ । ସ୍ୱତନ୍ତ୍ର ପ୍ରଦେଶ ଭାବେ ଓଡ଼ିଶାକୁ ମିଳିଥିବା ମାନ୍ୟତାକୁ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହ ଆମେ ମହାସମାରୋହରେ ଉତ୍କଳ ଦିବସ ଭାବେ ପାଳନ କରି ଆସୁଛୁ ।

ଏହାକୁ ସ୍ମରଣୀୟ କରିବା ପାଇଁ ଆଜି ଗୁଣପୁର ସହରରେ ବେଶ ଧୁମଧାମରେ ପାଳିତ ହୋଇଛି ଉତ୍କଳ ଦିବସ । ପ୍ରଭାତରେ ଉପଜିଲ୍ଲାପାଳ ଲଳିତ କୁମାର କହଁର , ପୈାର ଅଧ୍ୟକ୍ଷା ମମତା ଗୈ।ଡ, ତହସିଲଦାର ଶରତ ଚନ୍ଦ୍ର ନାୟକ, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଧନଞ୍ଜୟ ବେହେରାଙ୍କ ତତ୍ତ୍ଵାବଧାନରେ କୁନିକୁନି ଛାତ୍ର ଛାତ୍ରୀ ମାନେ ସହର ପରିକ୍ରମା କରିବା ସହ ଓଡ଼ିଶାର ବରପୁତ୍ର ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ସନ୍ଧ୍ୟାରେ ପଥ ଉତ୍ସବର ଆୟୋଜନ କରାଯାଇ ସଙ୍ଗୀତ, ନୃତ୍ୟ, ଝୋଟି, ପିଠାପଣା ଆଦି ବିଭିନ୍ନ ପ୍ରକାରର ପ୍ରତିଯୋଗିତା କରାଯାଇଥିଲା । ଉକ୍ତ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା ।