ପୁଅ ଓ ବହୁ ର ଝଗଡ଼ାରେ ପୁଅର ଗୁଳି ମାଡରେ ବାପା ଗୁରୁତର

0
124
ପୁଅ ଓ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୦୨/୦୪) : ପୁଅ ଓ ବହୁ ର ଝଗଡ଼ାରେ ପୁଅର ଗୁଳି ମାଡରେ ବାପା ଗୁରୁତର । ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଚିନାଯୁରି ଗାଁ’ରେ ଘଟିଛି ଏପରି ଅଭାବନୀୟ ଘଟଣା ।WhatsApp Image 2023 04 03 at 11.21.36 ପୁଅ ଓ ବହୁ ର ଝଗଡ଼ାରେ ପୁଅର ଗୁଳି ମାଡରେ ବାପା ଗୁରୁତର

ଗୁରୁତର ହେଲେ ବାପା ଗଙ୍ଗାଜଳ ମେହେର । ପ୍ରଥମେ ତାଙ୍କୁ ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ରେ ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁଯାୟୀ ପୁଅ ଓ ବହୁ ଙ୍କ ମଧ୍ୟରେ କୌଣସି କାରଣ କୁ ନେଇ ଝଗଡ଼ା ହୋଇଥିଲା । ଏହି ଝଗଡ଼ା ରେ ପୁଅରାଗିଯାଇ ବୋହୂକୁ ଗୁଳି କରିବାକୁ ଚେଷ୍ଟା କରିଥିଲା । ସେହି ସମୟରେ ବାପା ଗଙ୍ଗାଜଳ ବହୁ କୁ ରକ୍ଷା କରିବା ପାଇଁ ସାମ୍ନା କୁ ଚାଲି ଆସିଥିଲେ । ଫଳରେ ଗୁଳି ଟି ତାଙ୍କ ଦେହ ରେ ବାଜି ଥିଲା ଓ ସେ ଗୁରୁତର ଆହତ ହୋଇଛନ୍ତି । ଏହି ଘଟଣା କୁ ନେଇ ଡୁଙ୍ଗୁରିପାଲି ଥାନା ରେ ଏକ ମାମଲା ରୁଜ୍ଜୁ ହୋଇ ଘଟଣା ର ତଦନ୍ତ ଚାଲିଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି ।