ପୁରୀରେ ହୋଟେଲ ରୁମରୁ ମିଳିଲା ପର୍ଯ୍ୟଟକଙ୍କ ମୃତଦେହ

0
95
ପୁରୀରେ ହୋଟେଲ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ପୁରୀ, (୦୭/୦୪) : ପୁରୀରେ ହୋଟେଲ ଭିତରେ ଆତ୍ମହତ୍ୟା କରିଛନ୍ତି ଜଣେ ପର୍ଯ୍ୟଟକ । ପୁରୀ ସମୁଦ୍ର କୂଳ ଥାନା ଅନ୍ତର୍ଗତ ଷ୍ଟେସନ ରୋଡରେ ଥିବା ହୋଟେଲ ସାଲୋମୀରେ ଜଣେ ପର୍ଯ୍ୟଟକ ଆତ୍ମହତ୍ୟା କରିଛନ୍ତି ।

ପୁରୀରେ ହୋଟେଲ ରୁମରୁ ମିଳିଲା ମୃତ ପର୍ଯ୍ୟଟକ ଜଣକ ହେଉଛନ୍ତି କେରଳ ଅଞ୍ଚଳର ଅନସ୍ ଭି.କେ । ହୋଟେଲ ପକ୍ଷରୁ ଏ ନେଇ ଥାନାରେ ଅଭିଯୋଗ କରିବା ପରେ ସମୁଦ୍ର କୂଳ ଥାନା ପୋଲିସ ସହ ସାଇଣ୍ଟଫିକ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ କେଉଁ କାରଣରୁ ଅନସ୍ ଆତ୍ମହତ୍ୟା କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । ଗତ ୨ ତାରିଖ ଅନସ୍ ହୋଟେଲ ସାଲୋମୀରେ ରହିଥିଲେ । ଆଜି ତାଙ୍କର ସକାଳ ୮ଟା ସମୟରେ ଚେକ୍ ଆଉଟ୍ ଥିବାବେଳେ ହୋଟେଲ ଷ୍ଟାଫ ମାନେ ତାଙ୍କୁ ଡାକିବା ପାଇଁ ଯାଇଥିଲେ । ବାରମ୍ବାର କବାଟ ବାଡେଇବା ସହ କଲିଙ୍ଗ ବେଲ୍ ମାରିଥିଲେ ମଧ୍ୟ ଅନସ ନଶୁଣିବାରୁ ହୋଟେଲ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିଲା । ତେବେ ଘଟଣା ସ୍ଥଳରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋଲିସ କବାଟ ଭାଙ୍ଗି ରୁମ୍ ଭିତରକୁ ପଶିବା ବେଳେ ପର୍ଯ୍ୟଟକ ଜଣକ ଆତ୍ମହତ୍ୟା କରିଥିବା ଜଣାପଡିଛି । ଘଟଣା ସ୍ଥଳରେ ସାଇଣ୍ଟଫିକ୍ ଟିମ୍ ଓ ସମୁଦ୍ର କୂଳ ଥାନା ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି ।