ସରସ୍ୱତୀ ଶିଶୁବିଦ୍ୟା ମନ୍ଦିର ରେ ରଜତ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ବୈଠକ

0
121
ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୯/୦୪) : ଗୁଣପୁର ସରସ୍ୱତୀ ଶିଶୁବିଦ୍ୟା ମନ୍ଦିର ରେ ଆସନ୍ତା ୧୧ ଏବଂ ୧୨ ତାରିଖ ଦିନ ହେବାକୁ ଥିବା ରଜତ ଜୟନ୍ତୀ ଉତ୍ସବର ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଁଚିଛି ।

ସରସ୍ୱତୀ ଶିଶୁବିଦ୍ୟା ମନ୍ଦିର ରେ ରଜତ ଜୟନ୍ତୀ ପାଳନ ଅବସରରେ ପରିଚାଳନା କମିଟି ତରଫରୁ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ଏହି ରଜତ ଜୟନ୍ତୀ ଉତ୍ସବ କିପରି ସୁରୁଖୁରୁରେ ସମାପନ ହେବ ଓ ଦୁଇ ଦିନ ଧରି ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ପରିଚାଳନା କମିଟିର ସଭାପତି ବାସବା ଗଜପତି ରାଓ, ସମ୍ପାଦକ ସୋମନାଥ ଗୈାଡ, କୋଷାଧ୍ୟକ୍ଷ ପି ଗୋବିନ୍ଦା ରାଓ ଓ ପ୍ରଧାନାଚାର୍ଯ୍ୟ ପ୍ରଫୁଲ୍ଲ ଶତପଥୀ ବିସ୍ମୃତ ଭାବେ ସୂଚନା ଦେଇଥିଲେ । ଏହି ସମାରୋହର ପ୍ରଥମ ଦିବସରେ ଆଇନ ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା, ବିଜୁ ସ୍ୱାସ୍ଥ୍ୟ ଯୋଜନା ଉପଦେଷ୍ଟା ସୁଧିର ଦାସ, ସ୍ଥାନୀୟ ବିଧାୟକ ରଘୁନାଥ ଗମାଙ୍ଗ ଯୋଗ ଦେବାକୁ ଥିବା ବେଳେ ଦ୍ଵିତୀୟ ଦିଵସରେ ରାୟଗଡ଼ା ଜିଲ୍ଲାପାଳ ସ୍ଵଧା ଦେବ ସିଂ, ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା, ଗୁଣପୁର ଉପଜିଲ୍ଲାପାଳ ଲଳିତ କୁମାର କହଁର ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ଦୁଇ ଦିନ କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଭାବେ ସମାପନ କରିବା ପାଇଁ ପରିଚାଳନା କମିଟି ତରଫରୁ ସମସ୍ତଙ୍କ ସହଯୋଗ କାମନା କରାଯାଇଛି । ଏହି ସମାରୋହରେ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ ଓ ନାଟକ ପରିବେଷଣ ଏଭଳି ଅନେକ କାର୍ଯ୍ୟକ୍ରମ ରହିଥିବା ପ୍ରଧାନଚାର୍ଯ୍ୟ ପ୍ରଫୁଲ୍ଲ ଶତପଥୀ ସୂଚନା ଦେଇଛନ୍ତି ।