ଗଞ୍ଜେଇ ସହ ପାଞ୍ଚ ବନ୍ଧୁକ ଜବତ, ଦୁଇ ଆସାମୀ ଗିରଫ

0
88
ଗଞ୍ଜେଇ ସହ ପାଞ୍ଚ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୨୧/୦୪) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ପୋଲିସକୁ ମିଳିଛି ବଡ଼ ସଫଳତା । କଣ୍ଟାମାଳ ପୋଲିସ ର ସ୍ୱତନ୍ତ୍ର ଚଢ଼ାଉରେ ଲମ୍ବସରୀ ନିକଟ ମାନପଦର ଗ୍ରାମ୍ୟ ଜଙ୍ଗଲରୁ ଚାଲାଣ ପାଇଁ ପ୍ରସ୍ତୁତ ହେଉଥିବା ବ୍ୟାପକ ଗଞ୍ଜେଇ ସହ ପାଞ୍ଚ ବନ୍ଧୁକ କୁ ପୋଲିସ ଜବତ କରିଛି ।

ବୌଦ୍ଧ ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଗତକାଲି ପୋଲିସର ଏକ ସ୍ୱତନ୍ତ୍ର ଦଳ ଚଢ଼ାଉ କରି ଜଙ୍ଗଲରୁ ଗଞ୍ଜେଇ ସହ ପାଞ୍ଚ ଗୋଟି ଦେଶୀ ବନ୍ଧୁକ ସହ ଦୁଇ ଜଣକୁ ଗିରଫ କରିଥିବା ଜଣାଯାଇଛି । ଏ ନେଇ କଣ୍ଟାମାଳ ପୋଲିସ କେସ ନମ୍ବର ୮୧ ତା.୨୦ /୦୪ /୨୩ u/s 20(b)(ii)( c)/29 NDPS Acts, r/w section 25(1-B)(a) Arms act. ଆଧାର ରେ ଏକ ମାମଲା ରୁଜ୍ଜୁ ହୋଇଛି । ଜବତ ଗଞ୍ଜେଇକୁ ମାଜିଷ୍ଟ୍ରେଟେ ଙ୍କ ଉପସ୍ଥିତିରେ ଓଜନ କରିବାରୁ ୩୧ କ୍ୱିଣ୍ଟାଲ ହୋଇଥିବା ବେଳେ ଆଜି ଏକ ସାମ୍ବାଦିକ ସମ୍ମିଳନୀ ରେ ଏସ୍ଡ଼ିପିଓ ଆନନ୍ଦ ବର୍ଦ୍ଧନ ଗୁରୁ ଏହି ସମସ୍ତ ତଥ୍ୟ ପ୍ରକାଶ କରିଥିବା ଜଣାପଡିଛି । ଗିରଫ ଦୁଇ ଜଣ ବ୍ୟକ୍ତି ଅଜୟ ମଲିକ (42) ଓ ପଙ୍କଜ ମଲିକ (27) କନ୍ଧମାଳ ଜିଲ୍ଲା ଗୋଛାପଡାର ହୋଇଥିବା ବେଳେ ଗଞ୍ଜେଇ ଚାଲାଣକାରୀର ମୁଖ୍ୟ କିଙ୍ଗପିନକୁ ଗିରଫ କରିବାକୁ ଜାଲ ବିଛା ଯାଇଛି ଏବଂ ପୋଲିସ ଖୁଵ ଶୀଘ୍ର ସଫଳତା ପାଇବ ବୋଲି ଏସ୍ଡ଼ିପିଓ ସୂଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ବିଳନୀ ରେକଣ୍ଟାମାଳ ଆଇଆଇସି ନଳିନୀକାନ୍ତ ଦାସ ଉପସ୍ଥିତ ଥିଲେ ।