ବଉଳସିଂହା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଭିଭାବକ ଓ ଶିକ୍ଷକଙ୍କ କମିଟି ବୈଠକ

0
87
ବଉଳସିଂହା

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୨୨/୦୪) : ଆଜି ଶୁକ୍ରବାର ସକାଳ ୯ ଘଣ୍ଟା ସମୟରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଦପଲା କ୍ଲଷ୍ଟର ଅନ୍ତର୍ଗତ ବଉଳସିଂହା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଚଳିତ ୧୦୨୩-୨୪ ଶିକ୍ଷା ବର୍ଷର ପ୍ରଥମ ଅଭିଭାବକ ଶିକ୍ଷକ/ଶିକ୍ଷୟିତ୍ରୀ ତଥା ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଥିଲା ।

ବଉଳସିଂହା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଦିଲୀପ କୁମାର ମହାନ୍ତି ଅଭିଭାବକ ମାନଙ୍କୁ ଉକ୍ତ ବୈଠକର ଉଦ୍ଦେଶ୍ୟ କହିବା ସହ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଘନଶ୍ୟାମ ମେହେର ବିଦ୍ୟାଳୟ ବୌଦ୍ଧିକ ଓ ସହବୌଦ୍ଧିକ କାର୍ଯ୍ୟାବଳୀ ତଥା : ଶୈକ୍ଷିକ କ୍ୟାଲେଣ୍ଡର ଛାତ୍ରଛାତ୍ରୀଙ୍କୁ ମାଗଣା ପାଠ୍ୟପୁସ୍ତକ ଯୋଗାଣ, ଗ୍ରୀଷ୍ମ ଅବକାଶରେ ଛାତ୍ରଛାତ୍ରୀଙ୍କୁ ଗୃହକାର୍ଯ୍ୟ, ମୋ ସ୍କୁଲ ଅଭିଯାନ’ ଦ୍ୱାରା ପୁରାତନ ଛାତ୍ରଛାତ୍ରୀଙ୍କ ବିଦ୍ୟାଳୟ ସହ ସମ୍ପୃକ୍ତି ଓ ବିଦ୍ୟାଳୟର ଉନ୍ନତି ବିଷୟରେ ଆଲୋକପାତ କରିବା ସହ ଛାତ୍ରଛାତ୍ରୀଙ୍କ ଶିକ୍ଷଣ ଅଭିବୃଦ୍ଧି ପାଇଁ ବକ୍ତବ୍ୟ ପ୍ରଦାନ କରିଥିଲେ । ଉକ୍ତ ବୈଠକରେ ଦପଲା କ୍ଲଷ୍ଟର ର ସି.ଆର୍.ସି.ସି. ନିରାକାର ସାହୁ, ସହକାରୀ ଶିକ୍ଷକ ନାରାୟଣ ମହାକୁଡ଼, ରାଜୀବ ସାହୁ, ସୁଶାନ୍ତ ବଣ୍ତକି, ଲିଙ୍ଗରାଜ ତାଣ୍ତିଆ, ଶିକ୍ଷୟିତ୍ରୀ ଗିତାଞ୍ଜଳୀ ବେହେରା ଓ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି କୁଶ ପ୍ରଧାନ ଉପସ୍ଥିତ ଥିଲେ । ଅଭିଭାବକ ହିମାଂଶୁ ସେଠୀ ସଭାପତିତ୍ୱ କରିଥିବା ବେଳେ ସହକାରୀ ଶିକ୍ଷକ କେଶବ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।